ରାଉରକେଲା : ଅଭିଜିତ ଙ୍କ ସହ ଗୀତ ଗାଇଲେ ରାଜଗାଙ୍ଗପୁରର ଝିଅ ତ୍ରିରଙ୍ଗା।। ହୋଟେଲ ମେ ଫେଆର ରେ ଦୁଇଟି ଅଲବମ୍ ଉନ୍ମୋଚିତ।

0 368

ରାଉରକେଲା : ୨୮/୧(ସତ୍ୟାନ୍ୟୁଜ) ରାଜଗାଙ୍ଗପୁର ଝିଅ ତ୍ରିରଙ୍ଗା ସେନାପତି। ସଙ୍ଗୀତ ଦୁନିଆ ର ଏକ ନୂତନ ପ୍ରତିଭା। ଜ୍ଞାନରଞ୍ଜନ ସେନାପତି ଏବଂ ବିଷ୍ଣୁପ୍ରିୟାଙ୍କ କନ୍ୟା ତ୍ରିରଙ୍ଗା ଏବେ ଭୁବନେଶ୍ୱରରେ ବି ଟେକ୍ କରୁଛନ୍ତି। ପୂର୍ବରୁ ସେ କେତେକ ସିନେମା ରେ କଣ୍ଠଦାନ କରିଛନ୍ତି। ମାତ୍ର ଏବେ ଚର୍ଚ୍ଚାରେ ଅଛନ୍ତି ଦୁଇଟି ଅଲବମ ର ଗୀତ ପାଇଁ। ଗୋଟିଏ ଅଲବମ ରେ ତ୍ରିରଙ୍ଗା ଅଭିଜିତ ମଜୁମଦାର ଙ୍କ ସହ ଗୀତ ଗାଇଥିବା ବେଳେ ଅନ୍ୟଟିରେ ସ୍ୱୟଂପ୍ରଭାସ ପାଢ଼ୀଙ୍କ ସହ ଗୀତ ଗାଇଛନ୍ତି। ଅଲବମ୍ ର ନାଁ ହେଉଛି ‘ୟେ ଦିଲ’ ଏବଂ ‘ହମସଫର’। ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବିଭୁତି ଭୂଷଣ ଗଡ଼ନାୟକ। ଏହି ଅଲବମ୍ ଦୁଇଟି ରାଉରକେଲା ମେ ଫେଆର ହୋଟେଲରେ ତ୍ରିରଙ୍ଗଙ୍କ ଜନ୍ମଦିନରେ ଏକ କାର୍ଯ୍ୟକ୍ରମରେ ଉନ୍ମୋଚିତ ହୋଇ ଯାଇଛି। ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ , ରାଜଗାଙ୍ଗପୁର ବିଧାୟକ ରାଜନ ଏକ୍କା ଉନ୍ମୋଚନ ଉତ୍ସବରେ ଅତିଥି ଭାବେ ଯୋଗ ଦେଇଥିଲେ। ଗୀତ ଦୁଇଟି ବେଶ ସୁନ୍ଦର ହୋଇଥିବା ବେଳେ ଲୋକଙ୍କ ଦ୍ୱାରା ଆଦୃତ ହେଲେ ଆଗାମୀ ଦିନରେ ସିନେମାରେ ଗୀତ ଗାଇବେ ବୋଲି ତ୍ରିରଙ୍ଗା କହିଛନ୍ତି।

ଆଲବମ୍ ଉନ୍ମୋଚନ ବେଳେ ତ୍ରିରଙ୍ଗାଙ୍କ ପରିବାର ବର୍ଗଙ୍କ ସହ ଶୁଭେଚ୍ଛୁ ମାନେ ମଧ୍ୟ ଉପସ୍ଥିତ ଥିଲେ। ଶୁଭେଚ୍ଛୁ ଙ୍କ ମଧ୍ୟରେ ସିନିଅର ଆଡ଼ଭୋକେଟ ଗିରିଶ ଚନ୍ଦ୍ର ମହାପାତ୍ର , ସଙ୍ଗୀତ ନର୍ଦ୍ଦେଶକ ବିଭୁତି ଭୂଷଣ ଗଡ଼ନାୟକ , ଶିଳ୍ପପତି ମୁକେଶ ଅଗ୍ରୱାଲ , ମାନସ ଉପାଧ୍ୟାୟ , ଗାୟକ ସୁଶାନ୍ତ ପାଣି , ଭାସ୍କର ପୁହାଣ ପ୍ରମୁଖ ଯୋଗଦେଇଥିଲେ।

Leave A Reply

Your email address will not be published.