ରାଉରକେଲା: ହକି ବିଶ୍ୱକପ। ଭାରତ ଦକ୍ଷିଣ ଆଫ୍ରିକାକୁ ୫-୨ ଗୋଲ ରେ ହରାଇ ବିଜୟୀ।

0 417

ରାଉରକେଲା: ୨୮/୧(ସତ୍ୟାନ୍ୟୁଜ) ରାଉରକେଲାରେ ହକି ବିଶ୍ୱକପର ଶେଷ ଦିବସର ଶେଷ ମ୍ୟାଚ ରେ ଭାରତୀୟ ହକି ଦଳ ସାଉଥ ଆଫ୍ରିକା କୁ ୫-୨ ଗୋଲ ରେ ହରାଇ ବିଜୟୀ ହୋଇଛନ୍ତି। ହକି କ୍ଲାସିଫିକେସନ ମ୍ୟାଚ ରେ ଭାରତ ୯ମ ସ୍ଥାନ ବଜାୟ ରଖିବାକୁ ସକ୍ଷମ ହୋଇଛି। ରାଉରକେଲା ବିର୍ସ। ମୁଣ୍ଡା ଷ୍ଟାଡିଅମ ରେ ଚାଲିଥିବା ଏହି ମ୍ୟାଚ ଶନିବାର ସନ୍ଧ୍ୟା ୭ଟାରେ ଆରମ୍ଭ ହୋଇଥିଲା। ଭାରତୀୟ ହକି ଦଳ ପ୍ରଥମରୁ ଭଲ ଖେଳ ପ୍ରଦର୍ଶନ କରି ଦକ୍ଷିଣ ଆଫ୍ରିକା ଉପରେ ପ୍ରେସର ରଖିଥିଲେ। ଶେଷରେ ଭାରତ ୫-୨ ଗୋଲରେ ବିଜୟୀ ହୋଇଥିଲା।

Leave A Reply

Your email address will not be published.