ରାଉରକେଲା: ପବନରୁ ବିଶୁଦ୍ଧ ପାନୀୟ ଜଳ ପ୍ରସ୍ତୁତ କରୁଛି ମେସିନ।। ବିର୍ସ। ମୁଣ୍ଡା ହକି ଷ୍ଟାଡିଅମ ରେ ଲାଗିଛି ୱାଟର ଜେନ କମ୍ପାନୀର ଦୁଇଟି ମେସିନ।
ରାଉରକେଲା : ୨୭/୧(ସତ୍ୟାନ୍ୟୁଜ) ହକି ବିଶ୍ୱକପ ମ୍ୟାଚ ରାଉରକେଲା ରେ ମାତ୍ର ଆଉ ଗୋଟିଏ ଦିନ ଖେଳ ହେବ। ନୂଆ ଷ୍ଟାଡିଅମ ବ୍ୟତୀତ ଓଲି ଲ୍ୟାଣ୍ଡ ମଧ୍ୟ ରାଉରକେଲା ବାସୀଙ୍କୁ ବେଶ ଆକର୍ଷିତ କରିଛି। ବିର୍ସ। ମୁଣ୍ଡା ଷ୍ଟାଡିଅମ ପରିସରରେ ଆଉ ଏକ ଷ୍ଟଲ ମଧ୍ୟ ଲୋକମାନଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲିଟିଛି। ତାହା ହେଲା ପବନରୁ ପାନୀୟ ଜଳ ପ୍ରସ୍ତୁତ କରିବା। ଏହି ଜଳ ପିଇବା ସ୍ୱାସ୍ଥ୍ୟପ୍ରଦ ହୋଇଥିବା ବେଳେ ଷ୍ଟାଡିଅମ କ୍ୟାମ୍ପସ ରେ ଜଳ ପ୍ରସ୍ତୁତିର ଦୁଇଟି ମେସିନ ଲଗାଯାଇଥିଲା। ଦିଲ୍ଲୀର ୱାଟର ଜେନ କମ୍ପାନୀ ଏହି ମେସିନ ଲଗାଇଛନ୍ତି। ଷ୍ଟାଡିଅମ ଯାଉଥିବା ଦର୍ଶକ ମାନେ ଏହି ମେସିନ ରୁ ପାଣି ପିଉଥିବା ଦେଖାଯାଇଥିଲା। ପବନ ରେ ଥିବା ଜଳୀୟ ଅଂଶ କୁ ଏହି ମେସିନ ଟାଣି ଜଳ ପ୍ରସ୍ତୁତ କରେ। ପବନ ରୁ ଜଳ ପ୍ରସ୍ତୁତ ହୋଇଗଲା ପରେ ଏହାକୁ ଫିଲଟର କରାଯାଇ ମିନେରାଲ ମିଶା ଯାଏ। ଏହା ପରେ ଏହି ଜଳ ପାନୀୟ ଉପଯୋଗୀ ହୁଏ। ଆଗାମୀ ଦିନରେ ଏହି ପାନୀୟ ଜଳ ପ୍ରସ୍ତୁତି ପ୍ରଣାଳୀ ବେଶ ଆଦୃତ ହେବାର ସମ୍ଭାବନା ରହିଛି।