ରାଉରକେଲା : ରାଉରକେଲା – ସମ୍ବଲପୁର ଷ୍ଟେଟ୍ ହାଇୱେ ସମେତ ରାଜ୍ୟର ୪ ଟି ରାଜପଥରେ କଟିବ ଏଆଇ ଇ ଚାଲାଣ।। ସଡ଼କ ସୁରକ୍ଷା ସୁଦୃଢ଼ କରିବା ଲକ୍ଷ୍ୟରେ ଏହି ବ୍ୟବସ୍ଥା ଲାଗୁ।
ରାଉରକେଲା : ୧/୮ (ସତ୍ୟାନ୍ୟୁଜ) ରାଜ୍ୟ ରେ ସଡକ ସୁରକ୍ଷାକୁ
ସୁଦୃଢ଼ କରିବା ଲାଗି ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ଆଜି ଠାରୁ Intelligent Enforcement Management System କାର୍ଯ୍ୟକାରୀ କରା ଯାଇଛି। ବୈଷୟିକ ଜ୍ଞାନ କୌଶଳ ଏହି ଟ୍ରାଫିକ ନିରୀକ୍ଷଣ ବ୍ୟବସ୍ଥା ଅଗଷ୍ଟ ୧ ତାରିଖରୁ ରାଜ୍ୟର ନିର୍ଦ୍ଧାରିତ ଜାତୀୟ ଏବଂ ରାଜ୍ୟ ରାଜପଥରେ କାର୍ଯ୍ୟକ୍ଷମ ହେବ। ପ୍ରଥମ ପର୍ଯ୍ୟାୟ ରେ ରାଉରକେଲା – ସମ୍ବଲପୁର ୧୦ ନମ୍ୱର୍ ରାଜ୍ୟ ରାଜପଥ ସହ ୪ ଟି ରାଜପଥରେ ଏହି ସିଷ୍ଟମ୍ ଚାଲୁ ହେବ। ମୁଖ୍ୟତଃ ଏ ଆଇ କ୍ୟାମେରା ମାଧ୍ୟମରେ ଚାରି ପ୍ରକାର ଟ୍ରାଫିକ ଉଲଂଘନ ଚିହ୍ନଟ ହେବ। ନିର୍ଦ୍ଧାରିତ ବେଗରୁ ଅଧିକ ବେଗ ରେ ଗାଡି ଚଳାଇବା , ଦୁଇଚକିଆ ଯାନରେ ୨ ଜଣଙ୍କ ଠାରୁ ଅଧିକ ବସିବା , ଭୁଲ୍ ଦିଗରେ ଗାଡ଼ି ଚଳାଇବା , ବିନା ହେଲମେଟ ରେ ଗାଡି ଚଳାଇବା ଆଦି ଦେଖାଗଲେ ରାଜପଥରେ ଲାଗିଥିବା କ୍ୟାମେରା ରେ ସ୍ୱତ ରେକର୍ଡ ହୋଇ ଯିବ। ପରେ ଇ ଚାଲାଣ ଜାରି କରାଯିବ।
ଚାରି ଲେନ୍ ରାଜପଥରେ ଦୁଇ ଚକିଆ ଯାନ ଘଣ୍ଟା ପ୍ରତି ୬୦ କିଲୋମିଟର , ଚାରି ଚକିଆ ହାଲୁକା ଯାନ ୧୦୦ କିଲୋମିଟର , ଭାରି ଯାନ ୮୦ କିଲୋମିଟର ସ୍ପିଡ୍ ଟପିବ ନାହିଁ। ଦୁଇ ଲେନ୍ ରାଜପଥରେ ଦୁଇ ଚକିଆ ଯାନ ଘଣ୍ଟା।ପ୍ରତି ୫୦ କିଲୋମିଟର ଏବଂ ହାଲୁକା ଏବଂ ଚାରି ଚକିଆ ଯାନ ଘଣ୍ଟା ପ୍ରତି ୬୦ କିଲୋମିଟର ମଧ୍ୟରେ ରହିବ।