ରାଉରକେଲା : ପାନପୋଷ ରେଲୱେ ବ୍ରିଜ ଉପରୁ ଝୁଲନ୍ତା ଅବସ୍ଥାରେ ମହିଳାଙ୍କ କ୍ଷତ ବିକ୍ଷତ ଶରୀର ଉଦ୍ଧାର।। ରେଲୱେ ପୋଲିସ୍ ର ତଦନ୍ତ ଜାରି।
ରାଉରକେଲା:୧୪/୧(ସତ୍ୟାନ୍ୟୁଜ) ରାଉରକେଲା ପାନପୋଷ ନିକଟ ରେଲୱେ ବ୍ରିଜ ଉପରେ ଆଜି ଅପରାହ୍ନରେ ଜଣେ ମହିଳାଙ୍କ କ୍ଷତ ବିକ୍ଷତ ମୃତ ଦେହ ମିଳିବା ପରେ ଉକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। ମହିଳା ଜଣଙ୍କ କିଏ ଏବଂ ତାଙ୍କର ମୃତ ଦେହ ସେଠାକୁ କିପରି ଆସିଲା ତାହା ଜଣା ପଡ଼ି ନାହିଁ। ମହିଳାଙ୍କ ଆନୁମାନିକ ବୟସ ୫୦ ହେବ ଏବଂ ସେ ଏକ ଲାଲ ରଙ୍ଗର ଶାଢୀ ପିନ୍ଧି ଥିଲେ। ତାଙ୍କ ଶରୀର ବ୍ରିଜ୍ ଉପରେ ନଦୀ ତଳକୁ ଝୁଲି ରହି ଥିଲା। ମୃତ ମହିଳାଙ୍କ ମୁଁହ ସମ୍ପୂର୍ଣ କ୍ଷତି ଗ୍ରସ୍ତ ହୋଇ ଥିବାରୁ ତାଙ୍କର ପରିଚୟ ମିଳି ପାରିନାହିଁ ତଥା ଚିହ୍ନଟ ପାଇଁ ଅସୁବିଧା ସୃଷ୍ଟି ହେଉଛି। ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତି ରେ ଡାକ୍ତରୀ ଯାଞ୍ଚ ହୋଇଥିବା ବେଳେ ମୃତ ଦେହ କୁ ଚିହ୍ନଟ ପାଇଁ ରଖା ଯାଇଛି। ତେବେ ଦୁର୍ଘଟଣା ସ୍ଥଳ ଏବଂ ମହିଳାଙ୍କ ଶରୀର ର କ୍ଷତ ଦେଖିଲେ ଲାଗୁଛି କୌଣସି ଟ୍ରେନ୍ ଦୂରରୁ ତାଙ୍କୁ ଘୋଷାଡ଼ି ଆଣିଛି। ଏବଂ ଶେଷରେ ସେ ବ୍ରିଜ୍ ରେ ଲାଗି ଯାଉଥିବା ଅନୁମାନ କରା ଯାଉଛି। ରାଉରକେଲା ରେଲୱେ ପୋଲିସ୍ ଏକ ଅପମୃତ୍ୟୁ ମାମଲା ରଜ୍ଜୁ କରି ତଦନ୍ତ ଜାରି ରଖିଛନ୍ତି।