ରାଉରକେଲା : ଏଟିଏମ୍ ଲୁଟ୍ ଉଦ୍ୟମ କରିଥିବା ଅଭିଯୁକ୍ତ ଗିରଫ।। ଏଟିଏମ୍ ରେ ଥିବା ୨୧ ଲକ୍ଷ ଟଙ୍କା ସୁରକ୍ଷିତ।

0 81

ଜରେଇକେଲା ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଏଟିଏମ୍ ଭାଙ୍ଗିବା ଘଟଣାର ପର୍ଦ୍ଦାଫାଶ। ଝାଡ଼ଖଣ୍ଡ ରୁ ଅଭିଯୁକ୍ତ ଗିରଫ।

ରାଉରକେଲା:୧/୮
(ସତ୍ୟାନ୍ୟୁଜ) ରାଉରକେଲା ପୁଲିସ ଜରେଇକେଲାସ୍ଥିତ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏଟିଏମ୍ ଭାଙ୍ଗି ଟଙ୍କା ଲୁଟ୍ ଉଦ୍ୟମ ଘଟଣାର ମାତ୍ର ୨୪ ଘଣ୍ଟା ମଧ୍ୟରେ ପର୍ଦ୍ଦାଫାଶ କରି ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲାର ଜଣେ ୨୨ ବର୍ଷୀୟ ଅଭିଯୁକ୍ତଙ୍କୁ ଗିରଫ କରିଛି।
ପୁଲିସ ସୂଚନା ଅନୁଯାୟୀ, ଜୁଲାଇ ୩୧ ତାରିଖ ରାତିରେ ଅଜଣା ଦୁର୍ବୃତ୍ତ ଏଟିଏମ୍ କକ୍ଷରେ ପଶି ମେସିନ୍ ଭାଙ୍ଗି ଟଙ୍କା ଲୁଟିବାକୁ ଉଦ୍ୟମ କରିଥିଲା। ତେବେ ଏଟିଏମ୍ ମେସିନ୍ ଭିତରେ ଥିବା ୨୧ ଲକ୍ଷ ୪୪ ହଜାର ୮୦୦ ଟଙ୍କା ସମ୍ପୂର୍ଣ୍ଣ ସୁରକ୍ଷିତ ରହିଥିଲା।
ତଦନ୍ତ ସମୟରେ ପୁଲିସ ଝାଡ଼ଖଣ୍ଡର ମନୋହରପୁର ଥାନା ଅଞ୍ଚଳର ମହୁଲଡିହା ଗାଁର ବାସିନ୍ଦା ଶୁଭମ୍ ମହତୋଙ୍କୁ ଗିରଫ କରିଛି। ତାଙ୍କ ନିକଟରୁ ୮,୩୦୦ ଟଙ୍କା ନଗଦ, ଏକ ଲୁହା ରଡ୍ ଏବଂ ଦୁଇଟି କିପ୍ୟାଡ୍ ମୋବାଇଲ୍ ଫୋନ୍ ଜବତ କରାଯାଇଛି।
ପୁଲିସ ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ଗିରଫ ଅଭିଯୁକ୍ତଙ୍କ ବିରୋଧରେ ଓଡ଼ିଶା ଏବଂ ଝାଡ଼ଖଣ୍ଡର ବିଭିନ୍ନ ଥାନାରେ ଚୋରି, ସେନ୍ଧମାରି ସମେତ ୮ଟି ଆପରାଧିକ ମାମଲା ପୂର୍ବରୁ ରହିଛି।

Leave A Reply

Your email address will not be published.