ରାଜଗାଙ୍ଗପୁର : ଆଶ୍ଚର୍ଯ୍ୟ ବାଳିକା ପ୍ରଲିପ୍ତ।। ବିଭିନ୍ନ ଶ୍ଳୋକ ସହ ସାଧାରଣ ଜ୍ଞାନ ଚଟା ପଟ କହିଯାଉଛନ୍ତି। ଦେଶ ବିଦେଶର ରାଜ୍ୟ ର ରାଜଧାନୀ ନାଁ ଜିଭ ଅଗରେ
ରାଜଗାଙ୍ଗପୁର: ୨୭/୧(ସତ୍ୟାନ୍ୟୁଜ) ଅନର୍ଗଳ ଶ୍ଳୋକ ଗାଉଥିବା ଏହି ଛୋଟ ଝିଅଟିର ବୟସ ମାତ୍ର ୬ ବର୍ଷ। ଶ୍ଳୋକ , ଦେବ ବନ୍ଦନା ସହ ସାଧାରଣ ଜ୍ଞାନରେ ମଧ୍ୟ ଏହି ବାଳିକାର ଅଗାଧ ଜ୍ଞାନ। ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ସହରରେ ଦେଖିବାକୁ ମିଳିଛି ଜଣେ ବାଳିକା ର ଏପ୍ରକାର ଅସାଧାରଣ ଜ୍ଞାନ।ସ୍ଥାନୀୟ ମଧୁସୂଦନ କଲୋନୀରେ ରହୁଥିବା ପ୍ରଦୀପ୍ତ କୁମାର ପଣ୍ଡାଙ୍କ ସାନ ଝିଅ ପ୍ରଲିପ୍ତ।। ନିର୍ମଳା ଇଂଲିଶ ମିଡିୟମ ସ୍କୁଲରେ ଲୋଅର କେଜି ରେ ପାଠ ପଢ଼ନ୍ତି। ଅନର୍ଗଳ ଇଂରାଜୀ କହିପାରୁଥିବା ବେଳେ ସଂସ୍କୃତ ଶ୍ଳୋକ ସହ ଦେଶର ବିଭିନ୍ନ ରାଜ୍ୟର ରାଜଧାନୀର ନାମ ଚଟାପଟ କହିଦିଅନ୍ତି।
ଝିଅର ପିଲା ବେଳୁ ଏପ୍ରକାର ଅସାଧାରଣ ଜ୍ଞାନ ଦେଖି ତାଙ୍କ ମା ନିଜେ ଝିଅର ପଢା ଉପରେ ଧ୍ୟାନ ଦେଉଥିଲେ। ନିଜେ ମଧ୍ୟ ତାଙ୍କୁ ପଢାଉ ଥିଲେ। ଆଜି ଝିଅ ର ସଫଳତା ଦେଖି ତାଙ୍କ ମା ସୁମିତ୍ରା ପଣ୍ଡା ବେଶ ଖୁସି।