ରାଉରକେଲା : ଜୋଇଁ ର ସାବଳ ମାଡରେ ଶାଶୁ ମୃତ , ଶ୍ୱଶୁର ଗୁରୁତର।। ଗୁଣିଗାରେଡି ସନ୍ଦେହରେ ଆକ୍ରମଣ ସୂଚନା।। ଅଭିଯୁକ୍ତ ଜୋଇଁ ଗିରଫ।
ରାଉରକେଲା: ୨୫/୧(ସତ୍ୟାନ୍ୟୁଜ) ବିଶ୍ରା ଥାନା ଅନ୍ତର୍ଗତ କାତେପୁର ଅଞ୍ଚଳରେ ଘଟଯାଇଛି ଏକ ଅଭାବନୀୟ ଘଟଣା। ଜୋଇଁ ନିଜ ଶାଶୁକୁ ସାବଳରେ ମାରି ହତ୍ୟା କରିଛି। ଖାଲି ସେତିକି ନୁହେଁ ଜୋଇଁର ସାବଳ ମାଡରେ ଶ୍ୱଶୁର ମଧ୍ୟ ଆହତ ହୋଇ ହସପିଟାଲରେ ଭର୍ତ୍ତି ହୋଇଛନ୍ତି। ଗୁଣି ଗାରେଡି ସନ୍ଦେହରେ ଏହି ହତ୍ୟାକାଣ୍ଡ ହୋଇଥିବା କୁହାଯାଉଛି।
ମିଳିଥିବା ସୂଚନା ଅନୁଯାୟୀ, ମୋନା କୁମହର ନାମକ ଜଣେ ଯୁବକ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ସାବଳରେ ରେ ତାଙ୍କୁ ଶାଶୁ ଙ୍କୁ ହତ୍ୟା କରିବା ପରେ ଶଶୁର ଙ୍କୁ ଆକ୍ରମଣ କରିଥିଲେ। ପୋଲିସ ଅଭିଯୁକ୍ତ ଜୋଇଁକୁ ଗିରଫ କରି ଘଟଣାର ତଦନ୍ତ କରୁଛି।