ରାଉରକେଲା : ସହରର ବିଭିନ୍ନ ଛୋଟ ବଡ ଅନୁଷ୍ଠାନରେ ସାଧାରଣତନ୍ତ୍ର ଦିବସ ପାଳିତ।। ବସ୍ତିଆ ମେମୋରିଆଲ ଟ୍ରଷ୍ଟ ଏବଂ ନେସନାଲ କ୍ଲବରେ ସାଧାରଣତନ୍ତ୍ର ଦିବସ ପାଳିତ।

0 372

ରାଉରକେଲା : ୨୬/୧(ସତ୍ୟାନ୍ୟୁଜ) ୭୪ ତମ ସାଧାରଣତନ୍ତ୍ର ଦିବସ ରାଉରକେଲାର ବିଭିନ୍ନ ସ୍ଥାନରେ ପାଳନ କରାଯାଇଛି। ଉଦିତନଗର ପ୍ୟାରେଡ଼ ପଡିଆ ଏବଂ ଇସ୍ପାତ ଷ୍ଟାଡିଅମ ବ୍ୟତୀତ ଛୋଟ ବଡ ଅନୁଷ୍ଠାନରେ ମଧ୍ୟ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି। ରାଉରକେଲା ୬ ନମ୍ବର ସେକ୍ଟର ସ୍ଥିତ ବସ୍ତିଆ ମେମୋରିଆଲ ଟ୍ରଷ୍ଟରେ ସାଧାରଣତନ୍ତ୍ର ଦିବସ ପାଳନ ପରିପ୍ରେକ୍ଷୀରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଟ୍ରଷ୍ଟ ର ଚେୟାରମ୍ୟାନ ଇଞ୍ଜିନିୟର ହେମନ୍ତ କୁମାର ମିଶ୍ର ପତାକା ଉତ୍ତୋଳନ କରି ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ। ନିହାରବାଳା ଇଂଲିସ ମିଡ଼ିଅମ ସ୍କୁଲ , ସନ ସାଇନ୍ ପ୍ରି ସ୍କୁଲ ଏବଂ ଟ୍ରଷ୍ଟ ପରିସରରେ ଥିବା ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନର ଛାତ୍ର ଛାତ୍ରୀ ମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଭାରତୀୟ ସମ୍ବିଧାନକୁ ସମ୍ମାନ ଦେବାସହ ଦେଶକୁ ସନ୍ତ୍ରାସବାଦ , ଏବଂ ପ୍ରଦୂଷଣ ମୁକ୍ତ ରଖିବାକୁ ଟ୍ରଷ୍ଟ ଚେୟାରମ୍ୟାନ ଶ୍ରୀ ମିଶ୍ର କହିଥିଲେ।

ସେହିପରି ପାୱାର ହାଉସ ରୋଡ଼ ସ୍ଥିତ ନେସନାଲ କ୍ଲବରେ ୭୪ ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି। କ୍ଲବର ସଭାପତି ଲେଲିନ କୁମାର ପଟ୍ଟନାୟକ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ କ୍ଲବର ସାଧାରଣ ସମ୍ପାଦକ ସତ୍ୟାନନ୍ଦ ମହାନ୍ତିଙ୍କ ସମେତ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.