ରାଉରକେଲା : ରାତ୍ରିକାଳୀନ ବିମାନ ଉଡାଣ ନେଇ ପ୍ରୟାସ ଆରମ୍ଭ।। ଆସନ୍ତା କାଲି ଉଚ୍ଚ ସ୍ତରୀୟ ଭିଡିଓ ବର୍ତ୍ତାଳାପ।

0 1,257

ରାଉରକେଲା : ୨୪/୧(ସତ୍ୟାନ୍ୟୁଜ) ରାଉରକେଲା ବିମାନ ବନ୍ଦରରେ ରାତ୍ରିକାଳୀନ ବିମାନ ଅବତରଣ ଏବଂ ଉଡାଣ ଲାଗି ସରକାରୀ ସ୍ତରରେ ପ୍ରୟାସ ଆରମ୍ଭ ହୋଇଛି। ଆସନ୍ତା କାଲି ୨୫ ଜାନୁଆରୀ ରେ ଏ ସମ୍ପର୍କରେ ଉଚ୍ଚ ଅଧିକାରୀ ସ୍ତରୀୟ ଏକ ଭିଡିଓ
କନ୍ ଫରେନ୍ସିଂଗ କାର୍ଯ୍ୟକ୍ରମ ହେବାର ସୂଚନା ମିଳିଛି। ରାଜ୍ୟ ବାଣିଜ୍ୟ ଏବଂ ପରିବହନ ବିଭାଗର ପ୍ରିନ୍ସିପାଲ ସେକ୍ରେଟାରୀ ଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ସେଲ୍ , ଦିଲ୍ଲୀର ଡି ଜି ସି ଏ , ଏ ଏ ଆଇ ଅଧିକାରୀ ମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟ ବାଣିଜ୍ୟ ଏବଂ ପରିବହନ ବିଭାଗର ଅତିରିକ୍ତ ସଚିବ ଦେବଦତ୍ତା ସୁରଞ୍ଜିତା ଜେନା ଏ ବାବଦରେ ବିଭାଗୀୟ ଅଧିକାରୀ ମାନଙ୍କୁ ପତ୍ର ଲେଖି ସୂଚନା ଦେଇଛନ୍ତି। ଆସନ୍ତାକାଲି ଅପରାହ୍ନରେ ଏହି ବୈଠକ ଅନୁଷ୍ଠିତ ହେବ। ରାଉରକେଲା ସହ ଜୟପୁର ବିମାନ ବନ୍ଦର ଅଧିକାରୀ ମାନେ ମଧ୍ୟ ଭିଡିଓ କନ୍ଫରେନ୍ସିଂଗ ଉପସ୍ଥିତ ରହିବେ। ସୂଚନା ଯୋଗ୍ୟଯେ ଜାନୁଆରୀ ୭ ତାରିଖରୁ ରାଉରକେଲା – ଭୁବନେଶ୍ୱର ମଧ୍ୟରେ ଅଲାଇନ୍ସ ଏଆର ପକ୍ଷରୁ ବିମାନ ଚଳାଚଳ ଆରମ୍ଭ ହୋଇଛି। ରାଉରକେଲା ରୁ ରାତ୍ରିକାଳୀନ ବିମାନ ଉଡାଣ ଦାବି ପୂର୍ବରୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ କରାଯାଇଛି। ରାଉରକେଲା ବଣିକ ସଙ୍ଘ ସଭାପତି ଏବଂ ଆରଏସପି ଅଫିସର ସଂଘର ପୂର୍ବତନ ସଭାପତି ମଧ୍ୟ ଏ ବାବଦରେ ଦାବି ଦୋହରାଇଛନ୍ତି ।

Leave A Reply

Your email address will not be published.