ରାଉରକେଲା : ଆର ଏସ୍ ପି ପକ୍ଷରୁ ସେଲ୍ ସ୍ଥପନା ଦିବସ ପାଳିତ।। ଉପସ୍ଥିତ ଲୋକଙ୍କୁ ସ୍ୱାସ୍ଥ୍ୟ ଏବଂ ଫିଟନେସ ର ଶପଥ ପାଠ କରାଗଲା।

0 276

ରାଉରକେଲା: ୨୪/୧(ସତ୍ୟାନ୍ୟୁଜ) ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ ସେଲ୍ ସ୍ଥାପନା ଦିବସ ହର୍ଷ ଏବଂ ଉଲ୍ଲାସର ସହ ପାଳନ କରାଯାଇଛି। ଇସ୍ପାତ ଷ୍ଟାଡିଅମରେ ଅୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ
ଆର ଏସ୍ ପି ର ଭାରପ୍ରାପ୍ତ ନିର୍ଦ୍ଦେଶକ ଅତନୁ ଭୌମିକ ଯୋଗ ଦେଇ ସେଲ୍ ପତାକା ଉତ୍ତୋଳନ କରି ଥିଲେ। ପତାକା ଉତ୍ତୋଳନ ପରେ ସେଲ୍ ସଙ୍ଗୀତ ପାଠ କରା ଯାଇଥିଲା। ଉତ୍ସବ ପାଳନର ଏକ ଅଂଶ ସ୍ୱରୂପ ମୁଖ୍ୟ ଅତିଥି ଆକାଶ କୁ ରଙ୍ଗୀନ ବେଲୁନ ଛାଡିଥିଲେ। ଏହି ଅବସରରେ ସମସ୍ତଙ୍କୁ ସ୍ୱାସ୍ଥ୍ୟ ଏବଂ
ଫିଟନେସ ର ଶପଥ ପାଠ କରାଯାଇଥିଲା। ସେଲ୍ ପ୍ରତିଷ୍ଠା ଦିବସ ପାଳନ ଅବସରରେ ୫ କିଲୋମିଟର ବ୍ୟାପି ଦୌଡ଼ ଏବଂ ପଦଯାତ୍ରା ଆୟୋଜନ କରାଯାଇଥିଲା। ଦୁଇ ହଜାର ରୁ ଅଧିକ ଆର ଏସ୍ ପି କର୍ମଚରୀଙ୍କ ପରିବାର ଏବଂ ପିଲାମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପୁରସ୍କାର ବିତରଣ ଉତ୍ସବରେ ଦୌଡ଼ ଏବଂ ପଦଯାତ୍ରାରେ ସାମିଲ ବିଜେତାଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ।

Leave A Reply

Your email address will not be published.