ରାଉରକେଲା:୨୪/୧(ସତ୍ୟାନ୍ୟୁଜ) ଛେଣ୍ଡ ପେଟ୍ରୋଲ ପମ୍ପରେ ନିଆଁ ଲାଗି ଯାଇଥିବା ସୂଚନା ପାଇ ଲୋକ ମାନେ ଆତଙ୍କିତ ହୋଇ ପଡ଼ିଥିଲେ । ସଂଗେ ସଂଗେ ଗେଲ ଗ୍ୟାସ ଇଣ୍ଡିଆ ଲିମିଟେଡ଼ ର ରାପିଡ଼ ରେସପନ୍ସ ଟିମ , ଫାୟାର ବ୍ରିଗେଡ ଟିମ , ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଥିଲେ । ଆମ୍ବୁଲାନ୍ସ କୁ ମଧ୍ୟ ଖବର ଦିଆ ଯାଇଥିଲା ପେଟ୍ରୋଲ ପମ୍ପ କର୍ତ୍ତୃପକ୍ଷ ମଧ୍ୟ ନିଆଁ କୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ। ଅଗ୍ନି ନିର୍ବାପକ ଯନ୍ତ୍ର ସାହାଯ୍ୟରେ ନିଆଁ କୁ ଅୟତ୍ତ କରିବାକୁ ସକ୍ଷମ ମଧ୍ୟ ହୋଇଥିଲେ। ଗେଲ୍ ଗ୍ୟାସ ଇଣ୍ଡିଆ ଲିମିଟେଡ଼ ର ରାପିଡ଼ ରେସ୍ ପନ୍ସ ଟିମ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଯାଇଥିଲେ। କିନ୍ତୁ ପରେ ଜଣାପଡିଥିଲା ଏହା ଏକ ମକ ଡ୍ରିଲ। ନିଆଁ ଲାଗିଲେ କିପରି ନିଆଁ କୁ ଆୟତ୍ତ କରିବାରେ ସମସ୍ତେ ସକ୍ଷମ ହେବେ ତାର ପରୀକ୍ଷା କରା ଯାଉଥିଲା ବୋଲି ଗେଲ୍ ଗ୍ୟାସ ଇଣ୍ଡିଆ ଲିମିଟେଡ଼ ଅଧିକାରୀ ରବିନ ଗୁପ୍ତା କହିଛନ୍ତି।