ବଣାଇ: ୨୧/୧(ସତ୍ୟାନ୍ୟୁଜ) ଝାଞ୍ଜ , ମୃଦଙ୍ଗର ଶବ୍ଦ ଧୀରେ ଧିରେ ଲୋକ ମାନସରୁ ଉଭେଇବାକୁ ବସିଲାଣି। ଏହା ସହ ପୂର୍ବର କଳା ମଧ୍ୟ ଲୋକମାନେ ଭୁଲି ଗଲେଣି। ଓଡ଼ିଶାର ପୂର୍ବ କଳା କୁ ପୁଣି ଲାକମାନଙ୍କ ମଧ୍ୟରେ ଉଜ୍ଜୀବିତ କରିବା ଲାଗି ଏବେ ଚାଲିଛି ପ୍ରୟାସ। ଏହି କ୍ରମରେ ସୁନ୍ଦରଗଡ଼ ଜିଲ୍ଲା ବଣାଇରେ ରାଜ୍ୟସ୍ତରୀୟ ଓଡିଶା ଲୋକ କଳା ମହୋତ୍ସବ ଉଦଯାପିତ ହୋଇ ଯାଇଛି। ତିନିଦିନ ଧରି ଚାଲି ଥିବା ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ ଜିଲ୍ଲା ରୁ କଳାକାର ମାନେ ଯୋଗ ଦେଇ ଥିଲେ। ଏବେକାର ଯୁଗରେ ପୂର୍ବରୁ ରହିଥିବା କଳାକୁ କିପରି ଲୋକଲୋଚନ କୁ ଆଣି ହେବ , ତାହା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ରାଜ୍ୟର ବିଭିନ୍ନ ସ୍ଥାନରୁ ୪୦୦ରୁ ଉର୍ଦ୍ଧ ଦଳ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ୬ ହଜାରରୁ ଉର୍ଦ୍ଧ କଳାକାର ଭାଗ ନେଇ ଥିଲେ। ପ୍ରଥମେ ବାବା ବାଣେଶ୍ୱର ମନ୍ଦିର ରୁ ଏକ ଶୋଭାଯାତ୍ରା ବାହାରି ବଣାଇ ସହର ପ୍ରରିକ୍ରମା କରି ଥିଲା। ପରେ ଗୋଟିଏ ପରେ ଗୋଟିଏ ଦଳ ତାଙ୍କର କଳା ପ୍ରଦର୍ଶନ କରିଥିଲେ।