ରାଉରକେଲା : ମହିଳାଙ୍କ ପାଇଁ ସିଟି କାର୍ଣ୍ଣିଭାଲର ଆୟୋଜନ।। ବିଭିନ୍ନ ଇଭେଣ୍ଟ ରେ ଭାଗନେଲେ ମହିଳା ମାନେ।

0 327

ରାଉରକେଲା: ୨୨/୧(ସତ୍ୟାନ୍ୟୁଜ) ହକି ବିଶ୍ୱକପ ଲାଗି ସହରରେ ଅନେକ ପ୍ରକାର ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ବିଭିନ୍ନ ବର୍ଗର ଲୋକ ମାନଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରାଯାଉଛି। ରାଉରକେଲା ମହାନଗର ନିଗମ ପକ୍ଷରୁ ବିଶ୍ୱକପ ପାଇଁ ସିଟି କାର୍ଣ୍ଣିଭାଲ ର ଆୟୋଜନ କରାଯାଇଛି। ଏହି ପରିପ୍ରେକ୍ଷୀରେ ବରିଷ୍ଠ ନାଗରିକଙ୍କୁ ହକି ବିଶ୍ୱକପରେ ସାମିଲ କରିବା ପାଇଁ ଏକ କାର୍ଯ୍ୟକ୍ରମ ପରେ ମହିଳା ମାନଙ୍କ ପାଇଁ ମଧ୍ୟ ଏକ ସିଟି ଉତ୍ସବର ଆୟୋଜନ କରାଯାଇଥିଲା। ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଫିଟନେସ ପାର୍କରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ଅଞ୍ଚଳରୁ ମହିଳା ମାନେ ଆସି ଏହି ଉତ୍ସବରେ ଯୋଗ ଦେଇଥିଲେ। ଅତିଥି ଭାବେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ , ମହନଗର ନିଗମ ର କମିଶନର ଡକ୍ତର ଶୁଭଙ୍କର ମହାପାତ୍ର , ଡେ଼ପୁଟି କମିଶନର ସୁଧାଂଶୁ ଭୋଇ ପ୍ରମୁଖ ଯୋଗ ଦେଇଥିଲେ।

Leave A Reply

Your email address will not be published.