ରାଜଗାଙ୍ଗପୁର : ମଶା ବଂଶ ନିପାତ ପାଇଁ ସ୍ୱାସ୍ଥ୍ୟ ବିଭାଗର ଭିନ୍ନ ପ୍ରକାର ପଦକ୍ଷେପ।। ପାଣି ଜମା ସ୍ଥାନରେ ଛଡ଼ାଯାଉଛି ଗମ୍ବୁଜିଆ ମାଛ।
ରାଜଗାଙ୍ଗପୁର : ୨୨/୧(ସତ୍ୟାନ୍ୟୁଜ) ମଶା ବଂଶ ନିପାତ କରିବାକୁ ଏବେ ବିଭିନ୍ନ ସ୍ଥାନରେ ଏକ ପ୍ରକାର ମାଛ କୁ ପାଣିରେ ଛଡ଼ାଯାଉଛି। ସୁନ୍ଦରଗଡ ଜିଲ୍ଲାରେ ମଧ୍ୟ ଏହି ପ୍ରୟୋଗ ଆରମ୍ଭ ହୋଇଛି। ଏହି ଜିଲ୍ଲା ଓଡ଼ିଶାର ଶିଳ୍ପ ନଗରୀ ଭାବେ ଯେପରି ସୁନାମ ଅର୍ଜନ କରିଛି ମଶା ଲାଗି ମଧ୍ୟ ସେତିକି ବଦନାମ ହୋଇଛି। ଏହି ଜିଲ୍ଲା ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟାରେ ରାଜ୍ୟରେ ପ୍ରଥମ ଥିଲା। ଏବେ କିନ୍ତୁ ସ୍ଥିତିରେ କିଛିଟା ଉନ୍ନତି ଘଟିଛି। ମଶା ମୁକାବିଲା ଲାଗି ରାଉରକେଲା ରେ ଏକ ମ୍ୟାଲେରିଆ ରିସର୍ଚ୍ଚ କେନ୍ଦ୍ର ମଧ୍ୟ ଥିଲା। ସହରାଞ୍ଚଳରେ ମଶା ନିପାତ ଲାଗି ମଶା ତେଲ ଠାରୁ ଆରମ୍ଭ କରି ଫଗିଙ୍ଗ ବ୍ୟବସ୍ଥା ମଧ୍ୟ ରହିଛି। ମାତ୍ର ଗ୍ରାମଞ୍ଚଳରେ ଏହି ବ୍ୟବସ୍ଥା ନାହିଁ। ଏବେ ମଶା ମୁକାବିଲା ଲାଗି ଜିଲ୍ଲାରେ ଏକ ବିଶେଷ ପ୍ରଜାତି ମାଛର ସାହାଯ୍ୟ ନିଆଯାଉଛି। ବିଭିନ୍ନ ସରକାରୀ ଡାକ୍ତରଖାନା ଗୁଡିକରେ ଗମ୍ବୁସିଆ ମାଛ ରଖା ଯାଇ ମ୍ୟାଲେରିଆ ପ୍ରବଣ ସ୍ଥାନ ଗୁଡିକରେ ତଥା ପାଣି ଜମା ହେଉଥିବା ସ୍ଥାନ ମାନଙ୍କରେ ଛଡା ଯାଉଛି। ଏହି ମାଛ ଗୁଡିକ ଲାର୍ଭା ଅବସ୍ଥାରୁ ମଶା କୁ ନିପାତ କରିବାର କ୍ଷମତା ରଖୁଛନ୍ତି। ଦିନକୁ ଗୋଟିଏ ମାଛ ୨୦୦ ରୁ ୩୦୦ ଲାର୍ଭା ଖାଇଯାଇ ଥାଆନ୍ତି।
“ଆମେ ପଞ୍ଚୟତ ଅଞ୍ଚଳରେ ରହୁ । ଏହି ସବୁ ଅଞ୍ଚଳରେ ମଶା ପଦୁର୍ଭାଵ ଅଧିକ । ପାଣି ନିଷ୍କାସନ ପାଇଁ ଉପଯୁକ୍ତ ବ୍ୟବସ୍ଥା ନ ଥିବା ଯୋଗୁ ପଣି ଜମିରହି ମଶାଙ୍କ ଆତଙ୍କ ରାଜ ଚାଲିଥିଲା। ହେଲେ ଯେବେ ଠୁ ଆଶା ଦିଦି ମାନେ ପାଣି ଜମୁଥିବା ଜାଗା ଗୁଡିକରେ ମଶା ଖିଆ ଗମ୍ବୁଜିଆ ମାଛ ଛାଡିଛନ୍ତି ସେବେଠାରୁ ମଶାଙ୍କ ବଂଶ ଧିରେ ଧିରେ କମିବାରେ ଲାଗିଛି।” ଏହା କହିଛନ୍ତି ଗ୍ରାମବାସୀ।
ଗମ୍ବୁଜିଆ ମାଛ ଛାଡି ମଶା ଵଂଶ ନିପାତ କରିବା ପ୍ରୟାସ ଏବେ ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ବ୍ଲକ ରେ ଆରମ୍ଭ ହୋଇଛି। ଏହି ପ୍ରୟୋଗ ସଫଳ ମଧ୍ୟ ହେଉଛି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ଗମ୍ବୁଜିଆ ମାଛ ସ୍ଥିର ପାଣିରେ ଛାଡିଲେ ମଶା ଜନ୍ମ ହେବା ପୂର୍ବରୁ ଲାର୍ଭା ଷ୍ଟେଜ ରୁ ନଷ୍ଟ ହୋଇଯିବାର ସମ୍ଭାବନା ଅଧିକ ରହିଛି।