ରାଉରକେଲା : ସରସ ମେଳାର ସପ୍ତମ ଦିନରେ ମୟୁରଭଞ୍ଜର ଛଉ ନୃତ୍ୟ ଦର୍ଶକଙ୍କୁ ଆକୃଷ୍ଟ କଲା।। ତ୍ରିବେଣି କଳା ସଙ୍ଗମ ର ନୃତ୍ୟ ପରିବେଷଣ।
ରାଉରକେଲା : ୨୨/୧(ସତ୍ୟା ନ୍ୟୁଜ) ରାଉରକେଲା ସହରରେ ଚାଲିଥିବା ‘ସରସ ମେଳା’ ଶନିବାର ଶଷ୍ଠ ଦିନରେ ପହଞ୍ଚିଛି। ହକି ବିଶ୍ୱକପ୍ ଅବସରରେ ଏହି ମେଳା ଆୟୋଜନ କରାଯାଇଥିବାରୁ ପ୍ରତିଦିନ ଏଠାରେ ଲୋକଙ୍କ ଭିଡ଼ ଲାଗୁଛି। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ହାତ ତିଆରି ବିଭିନ୍ନ ସାମଗ୍ରୀ ଏବଂ ପ୍ରସିଦ୍ଧ କଳାକାରମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଲୋକମାନଙ୍କୁ ଆକର୍ଷିତ କରୁଛି।
ସପ୍ତମ ଦିନରେ ତ୍ରିଵେଣୀ କଳା ସଙ୍ଗମ୍, ରାଉରକେଲା ପକ୍ଷରୁ ନୃତ୍ୟ ପରିବେଷଣ କରାଯାଇଥିଲା। ଛଉଣୀ ପ୍ରକଳ୍ପ, ମୟୂରଭଞ୍ଜ ପକ୍ଷରୁ ଛଉ ନାଚ, ମହାରାଷ୍ଟ୍ରର ଲାଭଣୀ ଓ ଆସାମର ବିହୁ ତଥା ବରଗଡର କଳାକାରମାନେ ନୃତ୍ୟ ପରିବେଷଣ କରିଥିଲେ।
ସେହିପରି ସୋନପୁରର ଟେରାକୋଟା, କେନ୍ଦୁଝରର ପେପର ମେସି, ସୁନ୍ଦରଗଡ଼ର ମସଲା, କୃଷକ ଉତ୍ପାଦକ ଗୋଷ୍ଠୀ ପକ୍ଷରୁ ଜୈବିକ ଖାଦ୍ୟ ସାମଗ୍ରୀ ଲୋକଙ୍କୁ ବେଶ ଆକୃଷ୍ଟ କରିଛି। ଏଠାରେ ବିଶ୍ଵ କପ୍ ହକି ସହ ଲୋକମାନେ ସେଲଫି ନେଉଥିବା ଦେଖିବାକୁ ମିଳିଛି। ଏହା ସହ ସଞ୍ଜବେଳେ ମେଳାରେ ଲୋକଙ୍କ ଭିଡ ଜମୁଥିବା ଦେଖିବାକୁ ମିଳିଛି।