ରାଉରକେଲା : ୭୧ ବର୍ଷୀୟ ହକି କୋଚ ଡୋମିନିକ ଟପ୍ପୋ।। ଖେଳାଳୀ ସୃଷ୍ଟି ଲାଗି ନିଜ ବ୍ୟବସାୟ ବୁଡାଇ ଦେଲେ।

0 429

ରାଉରକେଲା:୨୧/୧(ସତ୍ୟା ନ୍ୟୁଜ)
ଡୋମିନିକ ଟପ୍ପୋ। ବୟସ ୭୧। ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ବ୍ଲକ କୁକୁଡ଼ା ପଞ୍ଚାୟତ ର ବାସିନ୍ଦା। ପିଲାବେଳୁ ହକି ଖେଳାଳୀ ହେବାର ଇଚ୍ଛା ଥିଲା। ମାତ୍ର ଅର୍ଥ ଅଭାବରୁ ଭଲ ଖେଳାଳୀ ହୋଇପାରିଲେ ନାହିଁ। ସେ ନିଜେ ସିନା ଭଲ ଖେଳାଳୀ ହୋଇ ପାରିଲେ ନାହିଁ କିନ୍ତୁ ତିଆରି କଲେ ବହୁ ଜାତୀୟ ଏବଂ ଅନ୍ତର୍ଜାତୀୟ ଖେଳାଳୀ। ନିଜ ସ୍ଵଅର୍ଜିତ ପଇସାରେ ଛୋଟ ଛୋଟ ପିଲାଙ୍କୁ ହକି କୀଟ ଯୋଗାଇଦେଇ ପ୍ରଶିକ୍ଷଣ ଦେଲେ। ତାଙ୍କ ପ୍ରଶିକ୍ଷଣ ପାଇ ଚାରିଜଣ ଖେଳାଳୀ ବିଶ୍ୱକପ ଖେଳି ସାରିଛନ୍ତି। ନିଜର କିଛି ଜମି ଅଛି। ଏକ ଦୋକାନ ମଧ୍ୟ ଥିଲା। ଧୀରେ ଧୀରେ ଅର୍ଥାଭାବରୁ ଦୋକାନ ମଧ୍ୟ ବନ୍ଦ ହୋଇଗଲାଣି। ଗାଁରେ ଘର ମଧ୍ୟ ଭାଙ୍ଗି ଗଲାଣି। କିନ୍ତୁ ଡୋମିନିକ ଭାଙ୍ଗି ପଡିନାହାନ୍ତି। ଏବେବି ୪୦ ରୁ ୪୫ ପିଲାଙ୍କୁ ବିନା ପଇସାରେ ପ୍ରଶିକ୍ଷଣ ଦେଉଛନ୍ତି। ହକି ବିଶ୍ୱକପ ଦେଖିବାକୁ ତାଙ୍କୁ ସସମ୍ମାନେ ଆମନ୍ତ୍ରଣ କରା ଯାଇଥିଲା। ମାତ୍ର ସେ ଯାଇପାରି ନାହାନ୍ତି ବୋଲି କହିଛନ୍ତି।

ବହୁ ଜାତୀୟ ଏବଂ ଅନ୍ତର୍ଜାତୀୟ ହକି ଖେଳାଳୀ ସୃଷ୍ଟି କରିଥିବା ଡୋମିନିକଙ୍କ ଆର୍ଥିକ ଅବସ୍ଥା ଏବେ ସ୍ଵଚ୍ଛଳ ନାହିଁ। ରହୁଥିବା ଘର ମଧ୍ୟ ମରାମତି ହେଉ ନଥିବାରୁ ଭାଙ୍ଗି ଗଲାଣି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତାଙ୍କୁ ଘର ଖଣ୍ଡେ ଯୋଗାଇ ଦେବାକୁ ନିବେଦନ କରିଛନ୍ତି ସ୍ଥାନୀୟ ଲୋକ ଏବଂ ପ୍ରଶିକ୍ଷାର୍ଥୀ।

ଅର୍ଥାଭାବ ଡୋମିନିକଙ୍କ ଖେଳାଳୀ ସୃଷ୍ଟି କରିବା ନିଶାକୁ ଅଟକାଇ ପାରିନାହିଁ। ଏବେବି ସେ ପ୍ରତିଦିନ ୭ ରୁ ୮ ଘଣ୍ଟା ଉଦୀୟମାନ ଖେଳାଳୀଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି।

Leave A Reply

Your email address will not be published.