ରାଉରକେଲା:୨୧/୧(ସତ୍ୟାନ୍ୟୁଜ) ରାଉରକେଲା ସହରରେ ଚାଲିଥିବା ‘ସରସ ମେଳା’ ଶୁକ୍ରବାର ଶଷ୍ଠ ଦିନରେ ପହଞ୍ଚିଛି। ହକି ବିଶ୍ୱକପ୍ ଅବସରରେ ଏହି ମେଳା ଆୟୋଜନ କରାଯାଇଥିବାରୁ ପ୍ରତିଦିନ ଏଠାରେ ଲୋକଙ୍କ ଭିଡ଼ ଲାଗୁଛି। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ହାତ ତିଆରି ବିଭିନ୍ନ ସାମଗ୍ରୀ ଏବଂ ପ୍ରସିଦ୍ଧ କଳାକାରମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଲୋକମାନଙ୍କୁ ଆକର୍ଷିତ କରୁଛି।
ଶଷ୍ଠ ଦିନରେ ମହାରାଷ୍ଟ୍ରର ଲାଭଣୀ ଓ ଆସାମର ବିହୁ ନୃତ୍ୟ ପରିବେଷଣ କରାଯାଇଥିଲା। ସେହିପରି ଇସ୍ପାତ କଲା ପରିଷଦ ପକ୍ଷରୁ ନୃତ୍ୟ ପରିବେଷଣ କରାଯାଇଥିବାବେଳେ ସଂଗୀତ ଆରାଧନା ସମ୍ବଲପୁର ପକ୍ଷରୁ ସମ୍ବଲପୁରୀ ନୃତ୍ୟ ପରିବେଶଣ କରାଯାଇଥିଲା ସେହିପରି ରାମ୍ପ ଶୋ ଲୋକମାନଙ୍କୁ ଆକୃଷ୍ଟ କରିଥିଲା।
ମେଳାରେ ଲାଗିଥିବା ଫୁଡ ଷ୍ଟଲରେ ଲୋକଙ୍କ ଭିଡ଼ ଜମୁଥିବା ଦେଖିବାକୁ ମିଳୁଥିବାବେଳେ ରାଜସ୍ଥାନର କଚୋଡି, ଲସି ଏବଂ କୁଲଫିର ବେଶ ଚାହିଦା ରହିଛି।