ରାଉରକେଲା : ହକି ଟିକେଟର ବ୍ଲାକ ମାର୍କେଟିଂ ଅଭିଯୋଗ।। ବିର୍ସ। ମୁଣ୍ଡା ହକି ଷ୍ଟାଡିଆମରେ ହେବ ଆଉମାତ୍ର ତିନିଦିନ ଖେଳ। କଂଗ୍ରେସ ଏବଂ ବିଜେପି ଆଣିଲେ ଅଭିଯୋଗ।

0 1,025

ରାଉରକେଲା: ୧୯/୧(ସତ୍ୟା ନ୍ୟୁଜ) ବିର୍ସ। ମୁଣ୍ଡା ହକି ଷ୍ଟାଡିଅମରେ ଆଉମାତ୍ର ତିନି ଦିନ ମ୍ୟାଚ ହେବ। ୨୦ , ୨୬ ଏବଂ ୨୮ ତାରିଖ। ଖେଳ ଦେଖିବାକୁ ଲୋକମାନେ ଇଛୁକ ଥିବା ବେଳେ ଟିକେଟ ମିଳୁନାହିଁ। ଏହି ସମୟରେ ହକି ବିଶ୍ୱକପ୍ ଟିକେଟ୍ ବଣ୍ଟନ କୁ ନେଇ ବିବାଦ ବଢି ବଢି ଚାଲିଛି। କିଛି ଶାସକ ରାଜନୈତିକ ଦଳର ଲୋକମାନେ ପୁଳା ପୁଳା ଟିକେଟ ବାଣ୍ଟୁ ଥିବା ବେଳେ ସାଧାରଣ ଲୋକ ପଇସା ଦେଇ ମଧ୍ୟ ଟିକେଟ କିଣିବାର ରାସ୍ତା ପାଉନାହାନ୍ତି। ସବୁ ଟିକେଟ ରାଜନୈତିକ ଦଳ ଏବଂ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ କୁ ବାଣ୍ଟି ଦେଇଥିବା ଅଭିଯୋଗ ହୋଇଛି। ଅନ ଲାଇନ ଏବଂ ଅଫ ଲାଇନ ରେ ଯେତିକି ଟିକେଟ ଦେବା କଥା ଦିଆଯାଇନାହିଁ। ଫଳରେ ଏବେ ହକି ବିଶ୍ୱକପ ଟିକେଟ ର କଳାବଜାରୀ ହେଉଥିବା ଅଭିଯୋଗ ହେଉଛି। ଟିକେଟ ବଣ୍ଟନରେ ଅନିୟମିତତା ଅଭିଯୋଗ କରି ଭାରତୀୟ ଜନତା ପାର୍ଟି ପକ୍ଷରୁ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କୁ ଭେଟି ଏହାର ସମାଧାନ କରିବାକୁ ନିବେଦନ କରାଯାଇଥିଲା। ବିଭିନ୍ନ ସଂସ୍ଥାକୁ ପାସ ଦେବା ପରିବର୍ତ୍ତେ କାଉଣ୍ଟରରେ ଟିକେଟ ବିକିବାକୁ ଦାବି କରାଯାଇଥିଲା।

କଂଗ୍ରେସ ଦଳ ତରଫରୁ ମଧ୍ୟ ଟିକେଟ ବଣ୍ଟନରେ ଅନିୟମିତତା ଅଭିଯୋଗ କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ହକି ଟିକେଟ ବଣ୍ଟନର ରାଜନୀତି କରଣ ବନ୍ଦ କରିବାକୁ ଦାବି କରାଯାଇଥିଲା। ଆସନ୍ତା କାଲି ବିର୍ସ। ମୁଣ୍ଡା ହକି ଷ୍ଟାଡିଅମରେ ୪ଟି ମ୍ୟାଚ ଥିବା ବେଳେ ଟିକେଟର ବ୍ଲାକ ମାର୍କେଟିଂ ହେଉଥିବା ଅଭିଯୋଗ ହେଉଛି।

Leave A Reply

Your email address will not be published.