ରାଉରକେଲା: ସରସ ମେଳାରେ ମାଣ୍ଡିଆ ପ୍ରସ୍ତୁତ ସ୍ନାକ୍ସ କୁ ପସନ୍ଦ କରୁଛନ୍ତି ଲୋକମାନେ।। ବିଭିନ୍ନ ପ୍ରକାର ଆଚାର ର ମଧ୍ୟ ଡିମାଣ୍ଡ ରହିଛି।

0 331

ରାଉରକେଲା : ୨୦/୧(ସତ୍ୟା ନ୍ୟୁଜ) ବିଭିନ୍ନ ପ୍ରକାର ର ବିସ୍କୁଟ, କେକ୍, ମିକ୍ସଚର , ନମକିନ୍, ପେଷ୍ଟ୍ରି , ଲଡୁ ର ମଜ଼ା ନେଉଛନ୍ତି ଲୋକମାନେ। ଏମିତି ତ ଏପ୍ରକାର ଖାଦ୍ୟ ସବୁ ଆଡେ ମିଳେ। କିନ୍ତୁ ଆମେ ଯେଉଁ ସ୍ନାକ୍ସ କଥା କହୁଛୁ ଶେଷ ସେସବୁ ଖାଦ୍ୟ ମଣ୍ଡିଆରେ ପ୍ରସ୍ତୁତ। ମାଣ୍ଡିଆ ପ୍ରସ୍ତୁତ ସ୍ନାକ୍ସ ପାଟିକୁ ସୁଆଦିଆ ଲାଗିବା ସହ ବେଶ ପୁଷ୍ଟିକର ମଧ୍ୟ। ରାଉରକେଲାରେ ଅୟୋଜିତ ସରସ ମେଳାରେ ଏହି ସବୁ ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟ ଖାଇବାକୁ ଏବଂ ନେବାକୁ ଲୋକଙ୍କ ଭିଡ଼ ମଧ୍ୟ ହେଉଛି। ସବୁଠାରୁ ଲୋକ ବେଶୀ ପସନ୍ଦ କରୁଛନ୍ତି ମାଣ୍ଡିଆ ଏବଂ ବାଜରା ରେ ପ୍ରସ୍ତୁତ ପେଷ୍ଟ୍ରି ଖାଇବାକୁ। ଏହା ବେଶ ସୁସ୍ୱାଦୁ ଯୁକ୍ତ ଥିବାରୁ ଏହାର ଡିମାଣ୍ଡ ଅଧିକ

ସରସ ମେଳାରେ ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ ବ୍ୟତୀତ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ସାମଗ୍ରୀ ର ଷ୍ଟଲ ମଧ୍ୟ ଲାଗିଛି। ସ୍ୱୟଂ ସହାୟକ ଗୋଷ୍ଠୀ ମାନେ ଅନେକ ପ୍ରକାର ଖାଦ୍ୟ ସାମଗ୍ରୀ ଷ୍ଟଲ ଲଗାଇଛନ୍ତି। ଦେଶୀ ଡାଲି , ହଳଦୀ , କାଜୁ , କିସମିଶ , ବଢି , ଧୂପକାଠି ଠାରୁ ଆରମ୍ଭ କରି ଜିରା , ଧଣିଆ ପର୍ଯ୍ୟନ୍ତ ମିଳୁଛି। କେତେକ ଷ୍ଟଲ ରେ ବିକ୍ରି ହେଉଥିବା ଆଚାର ଲୋକଙ୍କର ବେଶ ପସନ୍ଦ ହେଉଛି। ଆମ୍ବ , ଲଙ୍କା , ଅଦା , ଲେମ୍ବୁ , ଗାଜର ସହ ବିଭିନ୍ନ ପ୍ରକାରର ଆଚାର ର ସ୍ୱାଦ ବେଶ ଭଲ ଲାଗୁଛି। ଏହି ସମସ୍ତ ସାମଗ୍ରୀ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ପ୍ରସ୍ତୁତ କରିଛନ୍ତି। ରାଉରକେଲା ଭଞ୍ଜ ଭବନ ପରିସରରେ ଚାଲିଥିବା ଏହି ମେଳା ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ।

Leave A Reply

Your email address will not be published.