ରାଉରକେଲା: ଗରମ ଗରମ ମାଂସ ଝୋଳକୁ ଗରମ ମୁଢି ଭଜା।। ରାଉରକେଲା ବାସୀ ନେଉଛନ୍ତି ଏହାର ମଜା।

0 1,371

ରାଉରକେଲା : ୧୯/୧(ସତ୍ୟାନ୍ୟୁଜ) ଗରମ ଗରମ ମାଂସ ତରକାରୀ ସହ ମୁଢି ଭଜା। ଏହାର ଆନନ୍ଦ ଉଠାଉଛନ୍ତି ରାଉରକେଲାର ଖାଦ୍ୟପ୍ରେମୀ। ଓଡ଼ିଶାର ବାରିପଦା ର ପ୍ରସିଦ୍ଧ ମୁଢି ମାଂସ ଏବେ ସହରର ସରସ ମେଳା ଫୁଡ଼ କୋର୍ଟ ରେ ମିଳୁଛି । ଲୋକମାନେ ସହରରେ ଏହି ନୂତନ ଖାଦ୍ୟର ମଜା ମଧ୍ୟ ନେଉଛନ୍ତି। ବାରିପଦାର ମୁଢି ସାଙ୍ଗକୁ ଦେଶୀ ଖାସି ମାଂସ। ଖାସି ଅଣାଯାଉଛି ବାରିପଦାରୁ। ମୁଢି ମାଂସର ପ୍ରତି ପ୍ଲେଟର ଦାମ୍ ରହିଛି ୧୭୦ ଟଙ୍କା। ପତ୍ର ଦନାରେ ପରସା ଯାଉଛି ଏହି ସୁଆଦିଆ ଖାଦ୍ୟ।

ଏହି ସରସ ମେଳା ଫୁଡ଼ କୋର୍ଟ ରେ ଅନ୍ୟ ଏକ ଖାଦ୍ୟ ମେନୁ ମଧ୍ୟ ବେଶ ଦୃଷ୍ଟି ଆକର୍ଷଣ କରୁଛି ଲୋକଙ୍କର। ତା ହେଲା ବିଭିନ୍ନ ପ୍ରକାର ପତ୍ର ପୋଡା ଓଡ଼ିଆ ଡିସ୍।ଚିକେନ୍ , ଚିଙ୍ଗୁଡ଼ି , ଚୁନା ମାଛ , ମଟନ ପତ୍ରପୋଡାକୁ ବେଶ ପସନ୍ଦ କରୁଛନ୍ତି ରାଉରକେଲା ଲୋକମାନେ। ଦାମ ମଧ୍ୟ ରହିଛି ଠିକ୍ ଠାକ୍। କେନ୍ଦୁଝର ରୁ ଆସି ଏହି ଫୁଡ଼ ଷ୍ଟଲ ଖୋଲିଛନ୍ତି ସେଠାକାର ହୋଟେଲ ବ୍ୟବସାୟୀ।

Leave A Reply

Your email address will not be published.