ରାଉରକେଲା : ହକି ବିଶ୍ୱକପ୍ ଟିକେଟ ବଣ୍ଟନ ରେ ବ୍ୟାପକ ଅନିୟମିତା ଅଭିଯୋଗ କଲା ବିଜେପି।। ଟିକେଟ ବ୍ଲାକ ହେଉଥିବା ଅଭିଯୋଗ।

0 891

ରାଉରକେଲା:୧୮/୧(ସତ୍ୟା ନ୍ୟୁଜ) ଅନ୍ ଲାଇନ ରେ ଟିକେଟ ନାହିଁ କିମ୍ବା କାଉଣ୍ଟରରେ ଟିକେଟ ନାହିଁ। ଏପଟେ ଷ୍ଟାଡିଆମରେ ସିଟ ରହୁଛି ଖାଲି। ହକି ଖେଳ ଦେଖିବାକୁ ଟିକେଟ ପାଇଁ ଲୋକ ବିକଳ ହେଉଥିବାବେଳେ ଶାସକ ଦଳ ଚେଲାଙ୍କ ନିକଟରେ ପୁଳା ପୁଳା ଟିକେଟ ଦେଖିବାକୁ ମିଳିଛି। ଏହାଛଡା ଟିକେଟ ୧୦୦୦ , ୨୦୦୦ ଟଙ୍କାରେ ବ୍ଲାକ ହେଉଛି। ହକି ବିଶ୍ୱକପ ଟିକେଟ ବଣ୍ଟନ ରେ ଘୋର ଅନିୟମିତା ଅଭିଯୋଗ ଆଣିଛି ରାଉରକେଲା ବିଜେପି। ରାଉରକେଲା ଏବଂ ରଘୁନାଥପାଲି ପାଲି ପ୍ରାକାନ୍ତ ବିଜେପି ବିଧାୟକ ପ୍ରାର୍ଥୀ ନିହାର ରାୟ ଏବଂ ଜଗବନ୍ଧୁ ବେହେରାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆଜି ଜିଲ୍ଲାପାଳଙ୍କୁ ଭେଟିଥିଲେ। ବଳକା ଟିକେଟ ସଠିକ ଜାଗାରେ ବିତରଣ କରାଯିବା ଦାବି ହୋଇଛି। ଏହା ସହ ଅନ୍ ଲାଇନ କିମ୍ବା କାଉଣ୍ଟରରେ ଟିକେଟ ବିକ୍ରି କରିବାକୁ ବିଜେପି ଦାବି କରିଛି।

Leave A Reply

Your email address will not be published.