ସୁନ୍ଦରଗଡ଼: ହକି ବିଶ୍ୱକପ ଟ୍ରଫି ସହର ପରିକ୍ରମା କରୁଥିବା ବେଳେ ଅଭାବନୀୟ ଘଟଣା।। ପୂର୍ବତନ ବିଧାୟକଙ୍କୁ ଦୁର୍ବ୍ୟବହାର ଅଭିଯୋଗ ।

0 446

ସୁନ୍ଦରଗଡ଼: ୧୭/୧(ସତ୍ୟା ନ୍ୟୁଜ)ହକି ବିଶ୍ୱକପ୍‌ ଟ୍ରଫି ସୁନ୍ଦରଗଡ଼ ସହର ପରିକ୍ରମା କରୁଥିବା ବେଳେ ବିଜେଡି ନେତା ଓ କର୍ମୀଙ୍କୁ ଦୁର୍ବ୍ୟବହାର ହୋଇଥିବା ଅଭିଯୋଗ ହୋଇଛି। ଏପରିକି ଗାଡ଼ିରୁ ଓହ୍ଲାଇ ଦିଆଯାଇଛି। ଏପରି ଅଭିଯୋଗ ସୁନ୍ଦରଗଡ଼ ପିଡିଡିଆର୍‌ଡିଏଙ୍କ ବିରୋଧରେ ଆସିଛି। ସେ ସୁନ୍ଦରଗଡ଼ ପୂର୍ବତନ ବିଧାୟକ ଯୋଗେଶ ସିଂଙ୍କୁ ଟ୍ରଫି ଥିବା ଗାଡ଼ିରୁ ଓହ୍ଲାଇ ଦେଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଠେଲାପେଲା ଓ କଥା କଟାକଟି ହୋଇଥିଲା।
ନିର୍ଦ୍ଧାରିତ ସମୟରେ ଟ୍ରଫି ଥିବା ଗାଡ଼ିଟି ପହଞ୍ଚିଥିଲା। ଠିକ୍‌ ସେହି ସମୟରେ ସୁନ୍ଦରଗଡ଼ ପୂର୍ବତନ ବିଧାୟକ ଯୋଗେଶ ସିଂ, ତଲସରା ର ପୂର୍ବତନ ବିଧାୟକ ଡକ୍ଟର ପ୍ରଫୁଲ୍ଲ ମାଝି ଓ ବିଜେଡି କର୍ମୀମାନେ ଟ୍ରଫି ଥିବା ଗାଡ଼ି ଉପରେ ଚଢ଼ିଯାଇ ସେଲ୍‌ଫି ନେଉଥିଲେ। ଏହାକୁ ବିରୋଧ କରିଥିଲେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ମନୋଜ ସତ୍ୟବାନ ମହାଜନ। ଏପରିକି ଦୁଇ ପୂର୍ବତନ ବିଧାୟକଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ବିଜେଡି ନେତା ଯୋଗେଶ ସିଂଙ୍କୁ ସେ ଜବରଦସ୍ତି ଗାଡ଼ିରୁ ତଳକୁ ଟାଣି ଆଣିଥିଲେ। ଅଧିକାରୀଙ୍କ ଏପରି ଆଚରଣର ପ୍ରତିବାଦ କରିଥିଲେ ଯୋଗେଶ ସିଂ ଓ ତାଙ୍କ ସମର୍ଥକ। ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଧୀରେ ଧୀରେ କଥା ବଢ଼ିଥିଲା। ଉଭୟଙ୍କ ଭିତରେ ଠେଲାପେଲା ହୋଇଥିଲା। ତେବେ ପୌର ଉପାଧ୍ୟକ୍ଷ ଲଲାଟେନ୍ଦୁ ପରିଡା ଓ ଜୟଜଗନ୍ନାଥ ଟ୍ରକ୍‌ ଆସୋସିଏସନର ଅଧ୍ୟକ୍ଷ ସଂଜୟ ନନ୍ଦ ବୁଝାସୁଝା କରୁଥିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ତେବେ ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନାହିଁ
ସୂଚନାଯୋଗ୍ୟଯେ ବିଶ୍ୱକପ୍‌ ହକି ଟ୍ରଫି ଆଜି ସୁନ୍ଦରଗଡ଼ ମ୍ୟୁନିସିପାଲିଟି ପରିକ୍ରମା କରୁଥିଲା। ଟ୍ରଫିଟି ନୂଆବସ୍‌ ଷ୍ଟାଣ୍ଡରୁ ବାହାରି ବୟନିକା ଛକ ଅଭିମୁଖେ ଗଲା ବେଳେ ରାସ୍ତାରେ ଜୟ ଜଗନ୍ନାଥ ଟ୍ରକ୍‌ ଆସୋସିଏସନ୍‌ ପକ୍ଷରୁ ଭବ୍ୟ ସ୍ୱାଗତ ପାଇଁ ବ୍ୟବସ୍ଥା କରାଯାଇଥିଲା। ସ୍ୱାଗତ କରିବା ପାଇଁ ସୁନ୍ଦରଗଡ଼ର ପୂର୍ବତନ ବିଧାୟକ ତଥା ବିଜେଡି ନେତା ଯୋଗେଶ ସିଂ, ତଲସରାର ପୂର୍ବତନ ବିଧାୟକ ଡକ୍ଟର ପ୍ରଫୁଲ୍ଲ ମାଝି ଓ ବିଜେଡି କର୍ମୀମାନେ ଅପେକ୍ଷା କରି ରହିଥିଲେ।

Leave A Reply

Your email address will not be published.