ରାଉରକେଲା : ସେଲ୍ ଚେୟାରମ୍ୟାନ ଶୋମା ମଣ୍ଡଳ ସାଧାରଣ ଦର୍ଶକଙ୍କ ସହ ଦେଖିଲେ ହକି ମ୍ୟାଚ।। ଭିଆଇପି କଲଚରକୁ ଶକ୍ତ ଚାପୁଡ଼ା।
ରାଉରକେଲା :୧୭/୧(ସତ୍ୟା ନ୍ୟୁଜ) ଏବେ ଷ୍ଟିଲ ଅଥରୀଟି ଅଫ ଇଣ୍ଡିଆ ଲିମିଟେଡ଼ (ସେଲ) ର ଚେୟାରମ୍ୟାନ ଶୋମା ମଣ୍ଡଳ ଚର୍ଚ୍ଚାରେ। ସମସ୍ତ ଭି ଆଇ ପି କଲଚର କୁ ପଛରେ ପକାଇ ଦର୍ଶକଙ୍କ ସହ ବସି ରାଉରକେଲା ବିର୍ସ। ମୁଣ୍ଡା ଷ୍ଟାଡିଅମରେ ଦେଖିଲେ ହକି ମ୍ୟାଚ। ଦର୍ଶକ ମାନେ ନିଜ ପାଖରେ ସେଲ୍ ଚେୟାରମ୍ୟାନ ଙ୍କୁ ଦେଖି ପ୍ରଥମେ ବିଶ୍ୱାସ କରି ପାରିନଥିଲେ। ପରେ କେତେକ ଦର୍ଶକ ଜାଣି ପରିଥିଲେଯେ ତାଙ୍କ ଗହଣରେ ସାଧାରଣ ଦର୍ଶକ ଭଳି ଖେଳ କୁ ଉପଭୋଗ କରୁଛନ୍ତି ସେଲ୍ ଚେୟାରମ୍ୟାନ ଶୋମା ମଣ୍ଡଳ। ଦର୍ଶକ ମାନେ ସେଲ୍ଫି ନେବା ଆରମ୍ଭ କରିଦେଲେ। ସେଲ୍ ଚେୟାରମ୍ୟାନ ବେଶ ସହଯୋଗ ମଧ୍ୟ କଲେ। ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା ରବିବାର ଦିନ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ମ୍ୟାଚ ଚାଲିଥିବା ବେଳେ। ଶୋମା ସେଲ୍ ବୋର୍ଡ ସଦସ୍ୟଙ୍କ ସହ ଦର୍ଶକଙ୍କ ସହ ବସି ଖେଳ ଦେଖିଥିଲେ। ଗୋଟିଏ ପଟେ ରାଉରକେଲାରେ ଷ୍ଟାଡିଅମ ରେ ଖେଳ ଦେଖିବାକୁ ଭିଆଇପି ସିଟ ଦଖଲ କରିବାକୁ ପ୍ରତିଯୋଗୀତା ଚାଲିଥିବା ବେଳେ ଅନ୍ୟପଟେ ସେଲ୍ ଚେୟାରମ୍ୟାନଙ୍କ ସାଧାରଣ ଦର୍ଶକଙ୍କ ଭଳି ଖେଳ ଦେଖିବା ଭିଆଇପି କଲଚର ପ୍ରତି ଏକ ଶକ୍ତ ଚାପୁଡ଼ା।