ରାଉରକେଲା:୧୭/୧(ସତ୍ୟା ନ୍ୟୁଜ) ରାଉରକେଲା ୧୯ ବାଟାଲିଅନ ସି ଆର ପି ଏଫ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ସିଭିକ ଆକ୍ସନ ପ୍ରୋଗ୍ରାମ। ଏହି ପରିପ୍ରେକ୍ଷୀରେ ଆଜି ସୁନ୍ଦରଗଡ଼ ଜିଲ୍ଲାର ଚାନ୍ଦିପୋଷ ଠାରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ସିଭିକ ଆକ୍ସନ ପ୍ରୋଗ୍ରାମ ରେ ଆଖ ପାଖ ଗାଁ ର ଲୋକ ମାନେ ସାମିଲ ହୋଇଥିଲେ। ମୁଖ୍ୟତଃ ବରଘାଟ, ମୂଷାବିରା, ଚାନ୍ଦିପୋଷ , କୁଚେଇତା , ମୁଣ୍ଡା ବସ୍ତି ଆଦି ଅଞ୍ଚଳର ଲୋକମାନେ ଏହି କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ।
ସି ଆର ପି ଏଫ ପକ୍ଷରୁ ଗ୍ରାମବାସୀଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା। ଗ୍ରାମବାସୀଙ୍କ ଆମୋଦ ପ୍ରମୋଦ ଲାଗି ଓଡ଼ିଆ ଫିଲ୍ମ ଶୋ ର ଆୟୋଜନ କରାଯାଇଥିଲା। ସ୍ଥାନୀୟ ଜନପ୍ରତିନିଧି ମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।
ସିଭିକ ଆକ୍ସନ କାର୍ଯ୍ୟକ୍ରମରେ ସିଆରପିଏଫ କମାଣ୍ଡେଣ୍ଟ ମନୋଜ କୁମାର , ସହକାରୀ କମାଣ୍ଡେଣ୍ଟ ସୁରାଜୁଲ ଆଲାମ , କୁଚେଇତା ସରପଞ୍ଚ ମମତା ମଣି ଭୂମିଜ , ଚାନ୍ଦିପୋଷ ସରପଞ୍ଚ କିଷାନ ଓରାମ , ଚାନ୍ଦିପୋଷ ଥାନା ଅଧିକାରୀ ବି କେ ଷଡ଼ଙ୍ଗୀ ପ୍ରମୁଖ ଯୋଗ ଦେଇଥିଲେ।