ସୁନ୍ଦରଗଡ: ଜିଲ୍ଲା ପ୍ରଶାସନ ପକ୍ଷରୁ ଲହୁଣୀପଡା ରେ ଯୁଗ୍ମ ଜନଶୁଣାଣି।। ୮୬ ଅଭିଯୋଗରୁ ୪ଟି ର ତୁରନ୍ତ ଫଇସଲା।

0 293

ଲହୁଣୀପଡା:୨୭/୧(ସତ୍ୟା ନ୍ୟୁଜ): ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଲହୁଣୀପଡା ବ୍ଲକ କାର୍ଯ୍ୟାଳୟଠାରେ ଯୁଗ୍ମ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି। ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସାଧାରଣ ଲୋକଙ୍କ ଆପତ୍ତି ଅଭିଯୋଗ ଆଦି ଶୁଣାଣି କରିଥିଲେ।

ଜନଶୁଣାଣିରେ ଲହୁଣୀପଡ଼ା ବ୍ଲକର ବିଭିନ୍ନ ଗ୍ରାମପଞ୍ଚାୟତରୁ ଲୋକମାନେ ଅଭିଯୋଗ ନଇ ଆସିଥିଲେ। ଏଥିରେ ଆସିଥିବା ମୋଟ ୫୬ଟି ଅଭିଯୋଗ ଭିତରୁ ୪ଟିର ତୁରନ୍ତ ସମାଧାନ କରାଯାଇଥିଲା।

ଲୋକମାନେ ଆବାସ ଯୋଜନା, ରାସ୍ତା, ଡ୍ରେନ, ପାନୀୟ ଜଳ ଓ ବିଦ୍ୟୁତ ସମସ୍ୟା, ରାସନ କାର୍ଡ, ସ୍ୱାସ୍ଥ୍ୟ, ଗ୍ରାମ୍ୟ ରାସ୍ତା, ଶୌଚାଳୟ, ପୋଖରୀ ପୁନରୁଦ୍ଧାର, ଅଙ୍ଗନବାଡି, ସ୍କୁଲ ଆଦି ସମସ୍ୟା ସମ୍ପର୍କରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ। ଏସବୁ ଅଭିଯୋଗଗୁଡ଼ିକର ବିଚାର କରି ତୁରନ୍ତ ପଦକ୍ଷେପ ନେବାକୁ ଅତିରିକ୍ତ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ୧୮ ଜଣ ନୂତନ ହିତାଧିକାରୀଙ୍କୁ ଭତ୍ତା କାର୍ଡ ପ୍ରଦାନ କରାଯାଇଥିଲା। ସେହିପରି ଜଣଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୧୦ ହଜ଼ାର ଟଙ୍କା ଚିକିତ୍ସା ସହାୟତା ରାଶି ପ୍ରଦାନ କରାଯାଇଥିଲା।

ଏହି ଜନଶୁଣାଣିରେ ବଣାଇଁ ଉପଜିଲ୍ଲାପାଳ ସୁରଞ୍ଜନ ସାହୁ, ବଣାଇଁ ଏସଡିପିଓ ସ୍ୱରାଜ ଦେବତା, ଡେପୁଟି କଲେକ୍ଟର (ଆପାତକାଳୀନ) କୁନ୍ତୀରାଣୀ ନାୟକ, ଲହୁଣୀପଡ଼ା ତହସିଲଦାର ସୌଦାମିନୀ ନାୟକ ଏବଂ ଲହୁଣୀପଡ଼ା ବିଡିଓ ଧରଣୀଧର ଟୁଡୁଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ।

Leave A Reply

Your email address will not be published.