ରାଉରକେଲା: ଗୁରୁଣ୍ଡିଆ ବ୍ଲକରେ ସିଆରପିଏଫ ୧୯ ବାଟାଲିଅନ ପକ୍ଷରୁ ସିଭିକ ଆକ୍ସନ ପ୍ରୋଗ୍ରାମ ଅନୁଷ୍ଠିତ।। ଗ୍ରାମବସୀଙ୍କୁ କମ୍ବଳ ବଣ୍ଟନ।

0 244

ରାଉରକେଲା:୧୬/୧(ସତ୍ୟା ନ୍ୟୁଜ) ରାଉରକେଲା ୧୯ ବାଟାଲିଅନ ସି ଆର ପି ଏଫ ପକ୍ଷରୁ ପୁଣି ଆରମ୍ଭ ହୋଇଛି ସିଭିକ ଆକ୍ସନ ପ୍ରୋଗ୍ରାମ। ଏହି ପରିପ୍ରେକ୍ଷୀରେ ଆଜି ସୁନ୍ଦରଗଡ଼ ଜିଲ୍ଲାର ଦୁର୍ଗମ ଅଞ୍ଚଳ ଗୁରୁଣ୍ଡିଆ ବ୍ଲକ ରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ସିଭିକ ଆକ୍ସନ ପ୍ରୋଗ୍ରାମ ରେ ଆଖ ପାଖ ଗାଁ ର ଲୋକ ମାନେ ସାମିଲ ହୋଇଥିଲେ। ମୁଖ୍ୟତଃ ଗୁରୁଣ୍ଡିଆ , ରାଇକେଲାପୋଷ , ମଧୁପୁର , କଣ୍ଟାପାଲି , ବଡ଼ଗାଁ ଆଦି ଅଞ୍ଚଳର ଲୋକମାନେ ଏହି କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ। ସି ଆର ପି ଏଫ ପକ୍ଷରୁ ଗ୍ରାମବାସୀଙ୍କୁ କମ୍ବଳ ପ୍ରଦାନ କରାଯାଇଥିଲା। ଗ୍ରାମବାସୀଙ୍କ ଆମୋଦ ପ୍ରମୋଦ ଲାଗି ଓଡ଼ିଆ ଫିଲ୍ମ ଶୋ ର ଆୟୋଜନ କରାଯାଇଥିଲା। ସ୍ଥାନୀୟ ଜନପ୍ରତିନିଧି ମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।
ସିଭିକ ଆକ୍ସନ କାର୍ଯ୍ୟକ୍ରମରେ ସିଆରପିଏଫ କମାଣ୍ଡେଣ୍ଟ ମନୋଜ କୁମାର , ସହକାରୀ କମାଣ୍ଡେଣ୍ଟ ରାକେଶ କୁମାର , ଗୁରୁଣ୍ଡିଆ ସରପଞ୍ଚ ପ୍ରଭାକର ମୁଣ୍ଡା , ସହକାରୀ ରେଞ୍ଜର ପୂର୍ଣ୍ଣଚନ୍ଦ୍ର ସେଠୀ , ଆଦର୍ଶ ବିଦ୍ୟାଳୟର ପ୍ରିନ୍ସିପାଲ ମାନସ କାମିଲା ପ୍ରମୁଖ ଯୋଗ ଦେଇଥିଲେ।

Leave A Reply

Your email address will not be published.