ରାଉରକେଲା : ୧୯ ନମ୍ୱର୍ ସେକ୍ଟର ଥାନା ପୋଲିସ କୁ ମିଳିଛି ବଡ଼ ସଫଳତା।। ୬ ଟି ଛିନତାଇ ମାମଲା ସହ ୯ ଟିକେସ୍ ର ପର୍ଦ୍ଦାଫାସ।
ରାଉରକେଲାରେ ପୋଲିସର ବଡ଼ ସଫଳତା, ୬ଟି ଛିନତାଇ ଓ ୩ଟି ଚୋରି ମାମଲାର ପର୍ଦ୍ଦାଫାଶ।
ରାଉରକେଲା:୧/୮
(ସତ୍ୟାନ୍ୟୁଜ) ୧୯ ନମ୍ୱର୍ ସେକ୍ଟର ଥାନା ଅଞ୍ଚଳରେ ଘଟିଥିବା କ୍ରମାଗତ ୬ଟି ଛିନତାଇ ଓ ୩ଟି ଚୋରି ମାମଲାର ସଫଳ ପର୍ଦ୍ଦାଫାଶ କରିଛି ରାଉରକେଲା ପୋଲିସ୍। ଏହି ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଆଇନ ସହ ସଂଘର୍ଷରେ ଥିବା ଦୁଇ ନାବାଳକଙ୍କୁ ଅଟକ ରଖାଯାଇଛି।
ଜୁଲାଇ ୨୯ ତାରିଖରେ ବ୍ୟାଙ୍କରୁ ଟଙ୍କା ଉଠାଇ ଘରକୁ ଫେରୁଥିବା ଜଣେ ମହିଳାଙ୍କଠାରୁ ଭ୍ୟାନିଟି ବ୍ୟାଗ୍ ଛିନତାଇ ଘଟଣାର ତଦନ୍ତ ସମୟରେ ପୋଲିସ ଏହି ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଥିଲା। ପରେ ତଦନ୍ତକୁ ବ୍ୟାପକ କରି ଅନ୍ୟାନ୍ୟ ଛିନତାଇ ଓ ଚୋରି ଘଟଣା ସହ ଅଭିଯୁକ୍ତମାନଙ୍କ ସଂପୃକ୍ତି ସାମ୍ନାକୁ ଆସିଥିଲା।
ଗିରଫ ଅଭିଯୁକ୍ତଙ୍କ ନିକଟରୁ ୮ଟି ଦାମୀ ମୋବାଇଲ୍ ଫୋନ୍, ୧୫ ହଜାର ୯ଶହ ଟଙ୍କା ନଗଦ, ଅପରାଧରେ ବ୍ୟବହୃତ ଏକ ମୋଟରସାଇକେଲ୍, ଟାଇଟାନ୍ କମ୍ପାନୀର ଏକ ସୁନା ରଙ୍ଗର ହାତଘଡ଼ି, ଏକ ରୂପା ପାଉଁଜି ଓ ରୂପା ମୁଦ୍ରା ଜବତ କରାଯାଇଛି।
ଏହି ଗିରଫଦାରୀ ଫଳରେ ମୋଟ ୯ଟି ମାମଲାର ସମାଧାନ ହୋଇଥିବା ବେଳେ ଅଭିଯୁକ୍ତମାନଙ୍କର ଅନ୍ୟ କୌଣସି ଅପରାଧିକ ଘଟଣାରେ ସମ୍ପୃକ୍ତି ରହିଛି କି ନାହିଁ, ସେନେଇ ତଦନ୍ତ ଜାରି ରହିଛି। ଜବତ ହୋଇଥିବା ସାମଗ୍ରୀ ଶୀଘ୍ର ପ୍ରକୃତ ମାଲିକଙ୍କୁ ଫେରାଇ ଦିଆଯିବ ବୋଲି ପୋଲିସ ଜୋନାଲ ଡିଏସପି ମନୋରଞ୍ଜନ ପ୍ରଧାନ କହିଛନ୍ତି।