ଆସନ୍ତାକାଲି ଠାରୁ ପ୍ରସିଦ୍ଧ ବେଦବ୍ୟାସ ପୀଠରେ ଆରମ୍ଭ ହେବ ଶ୍ରାବଣୀ ମେଳା । ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ।
ରାଉରକେଲା:୧/୮
(ସତ୍ୟାନ୍ୟୁଜ): ଆସନ୍ତାକାଲି ଠାରୁ ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ ଶ୍ରାବଣୀ ମେଳା ଅନୁଷ୍ଠିତ ହେବାକୁ ଯାଉଛି। ଏହାର ସଫଳ ଆୟୋଜନ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ସରିଛି। ପୂର୍ବରୁ ଅତିରିକ୍ତ ଜିଲ୍ଲାପାଳ ଦୀନା ଦସ୍ତଗୀର୍ ଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଅଗଷ୍ଟ ୨ ତାରିଖରୁ ଆରମ୍ଭ ହେଉଥିବା ଶ୍ରାବଣୀ ମେଳା ଯଥାକ୍ରମେ ୯, ୧୬ ଓ ୨୩ ରେ ଅନୁଷ୍ଠିତ ହେବ। ମେଳା ରବିବାର ଦିନ ଆରମ୍ଭ ହୋଇ ସୋମବାର ସକାଳ ପର୍ଯ୍ୟନ୍ତ ଜାରି ରହିବ। ଏହି ଅବସରରେ ମେଳାରେ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ପାଇଁ ଯଥେଷ୍ଟ ପରିମାଣରେ ପୁଲିସ ମୁତୟନ ସହ ଅଗ୍ନି ନିରାପତ୍ତା ବ୍ୟବସ୍ଥା କରାଯାଇଛି
ଜନସମାଗମକୁ ନଜରରେ ରଖି ମନ୍ଦିର ବେଢ଼ା ସହ ନଦୀ ଘାଟ ଗୁଡ଼ିକରେ ପୁରୁଷ ଓ ମହିଳା ମାନଙ୍କ ପାଇଁ ଅଲଗା -ଅଲଗା ବ୍ୟାରିକେଡ ବ୍ୟବସ୍ଥା କରା ଯାଇଛି। ମେଳାକୁ ସଫଳ ଭାବେ ପରିଚାଳନା ପାଇଁ ନିମନ୍ତେ ବେସାମରିକ ସଂଗଠନର ସ୍ଵେଚ୍ଛାସେବୀ ମାନଙ୍କୁ ନିୟୋଜନ କରାଯିବ। ଲଗାଣ ବର୍ଷା ଯୋଗୁଁ ନଦୀ ଜଳସ୍ତର ବଢିବାର ସମ୍ଭାବନା ରହିଛି। ଏଥିପାଇଁ ଓଡ୍ରାଫ ଟିମ୍ ମୁତୟନ କରାଯିବ।