ରାଉରକେଲା – ଭାରତୀୟ ହକି ଦଳ କ୍ୟାପଟେନ ଏବଂ କୋଚଙ୍କ ପ୍ରେସମିଟ।। ଦଳର ଭଲ ପରଫର୍ମାନ୍ସ ନେଇ କ୍ୟାପଟେନ ଆଶାବାଦୀ।

0 350

ରାଉରକେଲା:୧୨/୧/୨୩(ସତ୍ୟା ନ୍ୟୁଜ)
“ଚାରି ବର୍ଷରେ ଥରେ ଆମକୁ ବିଶ୍ବକପ୍ ଖେଳିବାକୁ ସୁଯୋଗ ମିଳିଥାଏ । ଆମ ଦଳର ପର୍ଫମାନ୍ସ ଉପରେ ଦୃଢ ଆତ୍ମବିଶ୍ୱାସ ଅଛି । କେମିତି ଖେଳିବାକୁ ଅଛି କେମିତି ମ୍ୟାଚ ଜିତିବାର ଅଛି, ତାହା ଆମକୁ ଜଣା ଅଛି । ଏହା ଉପରେ ଆମେ କଠିନ ପରିଶ୍ରମ କରିଛୁ । ଗତ ଥର ୨୦୧୮ରେ କଳିଙ୍ଗ ଷ୍ଟାଡିୟମରେ ଆମ ଟିମ୍ ବହୁତ ଭଲ ପ୍ରଦର୍ଶନ କରିଥିଲା । ସେଥିରୁ ଆମ ମନୋବଳ ବଢିଯାଇଛି । ସେଥିପାଇଁ ଆମ ପାଖରେ ଭଲ ସୁଯୋଗ ଅଛି । ଆମେ ବିଶ୍ବକପ୍ ଜତିବା ପାଇଁ ଆଶାବାଦୀ । ସମସ୍ତ ଖେଳାଳିଙ୍କୁ କହିଛି ସେମାନେ ଚାପଗ୍ରସ୍ତ ହୋଇ ନ ଖେଳିବାକୁ । ସେମାନେ କେବଳ ଖେଳ ଉପରେ ଫୋକସ କରିବେ” , ଆଜି ସନ୍ଧ୍ୟାରେ ଷ୍ଟାଡିଆମରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଭାରତୀୟ ହକି ଦଳର ଅଧିନାୟକ ହରମାନପ୍ରୀତ ସିଂ।
ଆଉ ମାତ୍ର କେଇ ଘଣ୍ଟା ପରେ ହେବ ହକି ବିଶ୍ୱକପର ଉଦଘାଟନୀ ମ୍ୟାଚ। ଭାରତ ଏବଂ ସ୍ପେନ ମଧ୍ୟରେ ହେବ ଖେଳ। ଏହା ପୂର୍ବରୁ ଆଜି ସନ୍ଧ୍ୟାରେ ପ୍ରେସ ମିଟ ରେ ଦଳ ର ଦକ୍ଷତା ଉପରେ ବେଶ ଆଶାବାଦୀ ଅଛନ୍ତି କ୍ୟାପଟେନ। ସେ ଆହୁରି ମଧ୍ୟ କହିଛନ୍ତି ଯେ ” ୨୦୧୮ ବିଶ୍ବକପ୍ ରେ ଆମ ପାଖରେ ଦୁଇ ଜଣ ଭଲ ହକି ଖେଳାଳୀ ଅମିତ ରୋହିଦାସ ଏବଂ ବୀରେନ୍ଦ୍ର ଲାକ୍ରା ଥିଲେ । ଏବେ ଅମିତ ରୋହିଦାସ ଦଳର ଉପ ଅଧିନାୟକ ଅଛନ୍ତି । ତାଙ୍କ ପାଇଁ ବାସ୍ତବିକ ଏକ ଗର୍ବର ବିଷୟ । କାରଣ ସେ ଯେଉଁ ସହରରେ ବଢିଛନ୍ତି, ଯେଉଁ ସହରରୁ ହକି ଷ୍ଚିକ ଧରି ଖେଳ ଶିଖିଥିଲେ, ସେହି ସହରରେ ବିଶ୍ବକପ୍ ହକି ଖେଳୁଛନ୍ତି, ଏହା ତାଙ୍କ ପାଇଁ, ତାଙ୍କ ପରିବାର ବର୍ଗ ପାଇଁ ସବୁଠାରୁ ଗର୍ବ ଓ ଗୌରବର ବିଷୟ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ତାଙ୍କର ଏହି ବିଶ୍ବକପ୍ ଖେଳ ତାଙ୍କ ପରିବାର ବର୍ଗ ଏହି ଷ୍ଟାଡିୟମ୍ ରେ ବସି ଦେଖିବେ । ଅମିତ ଯେହେତୁ ପୂର୍ବରୁ ବିଶ୍ବକପ୍ ଖେଳି ସାରିଛନ୍ତି, ଆସନ୍ତାକାଲିର ମ୍ୟାଚ ତାଙ୍କ ପାଇଁ ବେଶ୍ ଉତ୍ସାହଜନକ ରହିବ। ” “ସେହିପରି ନିଲମ ସଂଜୀବ ଖେସ୍ ପ୍ରଥମ କରି ବିଶ୍ବକପ ଖେଳୁଥିବାରୁ ଏହି ମ୍ୟାଚ ତାଙ୍କ ନିଶ୍ଚିତ ଭାବେ ତାଙ୍କ ପାଇଁ ଭଲ ସୁଯୋଗ ରହିବ । କାରଣ ସେ ଏବେ ଯୁବକ ଅଛନ୍ତି, ଯୋଶ୍ ବି ଅଛି । ତେବେ ସେ ଆସନ୍ତାକାଲି ମ୍ୟାଚରେ କେମିତି ପ୍ରଦର୍ଶନ କରୁଛନ୍ତି, ତାହା ତାଙ୍କ ଖେଳ ଉପରେ ନିର୍ଭର କରିବ”, କହିଛନ୍ତି କ୍ୟାପଟେନ ହରମାନପ୍ରୀତ।
ଭାରତୀୟ ଦଳର କୋଚ୍ ଗ୍ରାହାମ ରିଡ୍ କହିଲେ ଏଠାକାର ଷ୍ଟାଡିୟମ୍ ନୂଆ ହୋଇଥିବା ବେଳେ ଷ୍ଟାଡିୟମ୍ ରେ ପ୍ରବଳ ଜନସମାଗମ ହେବ । ଯାହାକୁ ଆମେ ଆଡଜଷ୍ଟ କରି ମୁକାବିଲା କରିବୁ । ଏହା ମଧ୍ୟ ଆମ ଖେଳାଳୀଙ୍କ ପ୍ରଭାବିତ କରିବ ନାହିଁ । ଚାପରେ ନ ରହି ଖେଳ ଉପରେ ଫୋକସ କରିବାକୁ ଖେଳାଳିଙ୍କୁ କୁହାଯାଇଛି । ଏଠାକାର ତାପମାତ୍ରା ବି ଆମ ପାଇଁ କୌଣସି ଚିନ୍ତାର କାରଣ ନୁହେଁ ବୋଲି ଗ୍ରାହାମ୍ ରିଡ୍ କହିଛନ୍ତି ।

Leave A Reply

Your email address will not be published.