ବିରମିତ୍ରପୁର: ରାଏବଗା ରୋଡ ରେ କାର ଧକ୍କାରେ ସାଇକେଲ ଆରୋହୀ ଗୁରୁତର।। କାର ବିଦ୍ୟୁତ୍ ଖୁଣ୍ଟରେ ପିଟି ହୋଇ ଯିବାରୁ ଡ୍ରାଇଭର ସହ ଦୁଇ ଆହତ।
ବିରମିତ୍ରପୁର: ୧/୮(ସତ୍ୟାନ୍ୟୁଜ) ବିରମିତ୍ରପୁର ର ରାଏବଗା ରୋଡ ରେ ସାଇକେଲ ରେ ଯାଉଥିବା ଜଣେ ବ୍ୟକ୍ତିଙ୍କୁ ଏକ ଦ୍ରୁତଗାମୀ କାର ଧକ୍କା ଦେବା ଫଳରେ ସାଇକେଲ ଆରୋହୀ ଗୁରୁତର ଅବସ୍ଥାରେ ହସପିଟାଲ ରେ ଭର୍ତ୍ତି ହୋଇଛନ୍ତି। ସାଇକେଲ କୁ ଧକ୍କା ଦେବା ପରେ କାର ଏକ ବିଦ୍ୟୁତ୍ ଖୁଣ୍ଟରେ ପିଟି ହୋଇ ଯାଇଥିଲା। ଫଳରେ କାର ଚଳାଉଥିବା ବ୍ୟକ୍ତି ଏବଂ କାର ରେ ବସିଥିବା ଅନ୍ୟ ଜଣେ ମଧ୍ୟ ଆହତ ହୋଇ ବିରମିତ୍ରପୁର ହସ୍ପିଟାଲ ଚିକିତ୍ସିତ ହେଉଛନ୍ତି। କାର ସାମ୍ନା କୁ ହଠାତ୍ ଗାଈ ଆସି ଯିବାରୁ ଏହି ଦୁର୍ଘଟଣା ଘଟିଥିବା କୁହା ଯାଉଛି। ପୋଲିସ୍ ଘଟଣାର ତଦନ୍ତ କରୁଛି।