ରାଉରକେଲା : ଆସନ୍ତାକାଲି ଇଂଲଣ୍ଡ ଭେଟିବ ଭାରତୀୟ ହକି ଦଳକୁ।। ସହର ବାସୀ ବେଶ ଉତ୍ସାହିତ।। ଆର ଏସ ପି ପକ୍ଷରୁ ଟ୍ରଫି ଶୋଭଯାତ୍ରା।

0 204

ରାଉରକେଲା:୧୪/୧/୨୩(ସତ୍ୟା ନ୍ୟୁଜ) ହକି ବିଶ୍ୱକପ ର ଓପନିଂ ମ୍ୟାଚରେ ଭାରତୀୟ ହକି ଦଳ ସ୍ପେନ କୁ ହରାଇ ବିଜୟୀ ହେବା ପରେ ରାଉରକେଲା ବାସୀ ବେଶ ଉତ୍ସାହିତ ହୋଇ ପଡିଛନ୍ତି। ଶନିବାର ଦିନ ରାଉରକେଲା ଇସ୍ପାତ କାରଖାନା ଆନୁକୂଲ୍ୟରେ ହକି ବିଶ୍ୱକପ ଟ୍ରଫି ର ଏକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ବିଭିନ୍ନ ସ୍ଥାନରେ ସ୍କୁଲ ଛାତ୍ରଛାତ୍ରୀ , ଇସ୍ପାତ କାରଖାନା କର୍ମଚାରୀ , ସେଲ୍ ହକି ଏକାଡେମୀ ଏବଂ ଅନ୍ୟ ବହୁ ସଂସ୍ଥା ର କର୍ମକର୍ତ୍ତା ମାନେ ଟ୍ରଫି କୁ ସ୍ୱାଗତ କରିଥିଲେ। ପାରମ୍ପରିକ ଆଦିବାସୀ ନୃତ୍ୟ ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଟ୍ରଫି ସହର ପରିକ୍ରମା କରିଥିଲା। ବିଭିନ୍ନ ସ୍ଥାନରେ କ୍ରୀଡ଼ାପ୍ରେମୀ ମାନେ ହକି ବିଶ୍ୱକପ ଟ୍ରାଫିକୁ ସ୍ୱାଗତ କରିଥିଲେ।

Leave A Reply

Your email address will not be published.