ରାଉରକେଲା:୨୨/୧/୨୩(ସତ୍ୟା ନ୍ୟୁଜ) ଆସନ୍ତାକାଲି ରାଉରକେଲା ବିର୍ସ। ମୁଣ୍ଡା ହକି ଷ୍ଟାଡିଅମରେ ହକି ବିଶ୍ୱକପ ର ଉଦଘାଟନୀ ମ୍ୟାଚ ହେବ। ହକି ବିଶ୍ୱକପ ର ଟ୍ରଫି ଆଜି ଆସି ରାଉରକେଲାରେ ପହଁଚିବା ପରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଟ୍ରଫି କୁ ସ୍ୱାଗତ କରା ଯାଇଥିଲା। ହକି ବିଶ୍ୱକପକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସମୁଦାୟ ୫୬ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଉଛି। ଦୁଇ ଜଣ ଆଇପିଏସ ରାଙ୍କ ର ଅଫିସର , ୧୧ ଜଣ ଅତିରିକ୍ତ ଏସ ପି , ୨୧ ଜଣ ଡ଼ିଏସପି , ୫୨ ଜଣ ଇନିସ୍ପେକ୍ଟର , ୩୪୦ ଜଣ ସବଇନିସ୍ପେକ୍ଟର ଏବଂ ସହକାରୀ
ସବ-ଇନିସ୍ପେକ୍ଟର ସୁରକ୍ଷା ଦାୟିତ୍ବରେ ରହିଛନ୍ତି। ରାଉରକେଲା ଏସ୍ ପି ମୁକେଶ କୁମାର ଭାମୁ ଏହି ସୂଚନା ଦେଇଛନ୍ତି ।
ହକି ବିଶ୍ୱକପ ଲାଗି ବାହାରୁ ମଧ୍ୟ କ୍ରୀଡ଼ାପ୍ରେମୀ ମାନେ ଆସିବାର ସମ୍ଭାବନା ରହିଛି। ସହରର ପ୍ରବେଶ ପଥରୁ କେଉଁ ରୁଟ୍ ଦେଇ ସୁବିଧାରେ ଷ୍ଟାଡିଅମ ଗେଟ ନିକଟରେ ଲୋକ ପହଁଚି ପାରିବେ ପୋଲିସ ଏହାର ରୁଟ୍ ଚାର୍ଟ ପ୍ରସ୍ତୁତ କରିଛି। ଏହାଛଡା ଷ୍ଟାଡିଅମ ମଧ୍ୟକୁ ହେଲମେଟ , ପାଣି ବୋତଲ , ମେଟାଲ କଏନ ଆଦି ନେବାକୁ ବାରଣ କରାଯାଇଛି।
ହକି ବିଶ୍ୱକପ ଉଦଘାଟନୀ ମ୍ୟାଚ ଆଉ ମାତ୍ର କେଇ ଘଣ୍ଟା ଥିବା ବେଳେ କ୍ରୀଡା ପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା ବଢି ଚାଲିଛି। ଲୋକମାନେ ଅନୁଶାସନ ମାନି ହକି ମ୍ୟାଚ ଦେଖିବାକୁ ପୋଲିସ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି।