ରାଉରକେଲା : ସହରରେ ପହଞ୍ଚିଲା ହକି ବିଶ୍ୱକପ ଟ୍ରଫି।। ବିଭିନ୍ନ ସ୍ଥାନରେ ଟ୍ରାଫିକୁ ଭବ୍ୟ ସ୍ୱାଗତ।। ଆସନ୍ତାକାଲି ହେବ ଉଦଘାଟନୀ ମ୍ୟାଚ।

0 320

ରାଉରକେଲା:୧୨/୧/୨୩(ସତ୍ୟା ନ୍ୟୁଜ) ରାଜ୍ୟର ବିଭିନ୍ନ ଜିଲ୍ଲା ପରିକ୍ରମା କରି ହକି ବିଶ୍ୱକପ ୨୦୨୩ ର ଟ୍ରଫି ଶେଷରେ ରାଉରକେଲାରେ ପହଞ୍ଚିଛି। ପ୍ରଥମେ ରାଉରକେଲା ବେଦବ୍ୟାସ ଛକରେ ପହଁଚିବା ପରେ କ୍ରୀଡ଼ାପ୍ରେମୀ ଏବଂ ଜନସାଧାରଣଙ୍କ ପକ୍ଷରୁ ହକି ବିଶ୍ୱକପ ଟ୍ରଫିକୁ ସ୍ୱାଗତ କରାଯାଇଥିଲା। ବାଜା ବଜାଇ , ନାଚ କରି ଟ୍ରାଫିକୁ ସ୍ୱାଗତ କରାଯାଇଥିଲା। ପରେ ଏକ ଶୋଭାଯାତ୍ରାରେ ଟ୍ରାଫିକୁ ରାଉରକେଲା ସହର ମଧ୍ୟକୁ ଅଣା ଯାଇଥିଲା। ପାନପୋଷ ଛକ ଏବଂ ହକି ଛକରେ ଟ୍ରଫି କୁ ସ୍ୱାଗତ ଜଣାଇବା ଲାଗି ଲୋକ ମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ବାଜା ବଜାଇ , ବାଣ ଫୁଟାଇ ହକି ବିଶ୍ୱକପ ଟ୍ରଫି କୁ ସ୍ୱାଗତ କରାଯାଇଥିଲା।
ଆସନ୍ତାକାଲି ବିର୍ସ। ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିଅମରେ ହକି ବିଶ୍ୱକପର ଉଦଘାଟନୀ ମ୍ୟାଚ ଅନୁଷ୍ଠିତ ହେବ। ଏହା ପୂର୍ବଦିନ ହକି ବିଶ୍ୱକପ ଟ୍ରଫି ସହରରେ ପହଞ୍ଚିଥିବା ବେଳେ ଖେଳ ପାଇଁ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଦେଇଛି। ଏବେ ହକି ବିଶ୍ୱକପ ଟ୍ରଫି ସହରର ବିଭିନ୍ନ ସ୍ଥାନ ପରିଭ୍ରମଣ କରୁଛି।

Leave A Reply

Your email address will not be published.