ରାଉରକେଲା : ଇସ୍ପାତ କାରଖାନା ପରିସର ଟ୍ରେନ ଲାଇନ ରୁ ମିଳିଲା ଠିକା ଶ୍ରମିକଙ୍କ କ୍ଷତ ବିକ୍ଷତ ଶବ।। ଆରଏସପି ର’ ମାଟେରିଆଲ ବିଭାଗରେ ଘଟିଛି ଅଘଟଣ। ପୋଲିସ ତଦନ୍ତ ଜାରି।
ରାଉରକେଲା:୧୦/୧/୨୩(ସତ୍ୟା ନ୍ୟୁଜ)
ରାଉରକେଲା ଇସ୍ପାତ କାରଖାନା ର ମାଟେରିଆଲ ବିଭାଗରେ ଥିବା ଟ୍ରେନ ଲାଇନ ରେ ଜଣେ ୪୧ ବର୍ଷୀୟ ଯୁବକଙ୍କ କ୍ଷତ ବିକ୍ଷତ ଶବ ମିଳିଛି । ଉକ୍ତ ଯୁବକ ପ୍ରମୋଦ କୁମାର ବେହେରା ଇଣ୍ଡୋ ଟ୍ରେଡିଂ କମ୍ପାନୀରେ ଠିକା ଶ୍ରମିକ ଭାବେ କାମ କରୁଥିଲେ। ଶବ ଟ୍ରେନ ଲାଇନ ରେ ପଡିଥିବା ବେଳେ କେଉଁ କାରଣରୁ ଏପରି ଘଟିଛି ତାହା ସ୍ପଷ୍ଟ ହୋଇନାହି। ତେବେ କେହି କେହି ଏହାକୁ ଦୁର୍ଘଟଣା କହୁଥିବା ବେଳେ କେତେକ ଏହାକୁ ଆତ୍ମହତ୍ୟା କହୁଛନ୍ତି। ଟାଙ୍ଗରରପାଲି ଥାନା ପୋଲିସ ଶବକୁ ଜବତ କରି ତଦନ୍ତ ଜାରି ରଖିଛନ୍ତି।