ରାଉରକେଲା : ହକି ବିଶ୍ୱକପ।। ଆଜି ପହଁଚିଲେ ଇଂଲଣ୍ଡ , ନେଦରଲ୍ୟାଣ୍ଡ ଏବଂ ଚିଲି ଟିମ।। ଭାରତ ସହ ସମୁଦାୟ ୮ ଟି ଟିମ୍ ର ଷ୍ଟାଡିଅମରେ ଅଭ୍ୟାସ ଜାରି।

0 272

ରାଉରକେଲା:୧୦/୧/୨୩(ସତ୍ୟା ନ୍ୟୁଜ)
ହକି ବିଶ୍ୱକପ ଉଦଘାଟନୀ ମ୍ୟାଚ ଆଉ ତିନି ଦିନ ଥିବା ବେଳେ ଏହାକୁ ନେଇ ରାଉରକେଲା ବାସୀଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି। ଆଜି ଇଂଲଣ୍ଡ ଟିମ୍ ରାଉରକେଲାରେ ପହଞ୍ଚିଥିବା ବେଳେ ନେଦରଲ୍ୟାଣ୍ଡ , ଚିଲି ଟିମ୍ ଆସି ରାଉରକେଲାରେ ପହଞ୍ଚୁଛନ୍ତି। ପୂର୍ବରୁ ୪ଟି ବିଦେଶୀ ଟିମ ନ୍ୟୁଜିଲ୍ୟାଣ୍ଡ , ମାଲେସିଆ , ୱେଲସ୍, ସ୍ପେନ ହକି ଦଳ ରାଉରକେଲା ରେ ପହଞ୍ଚି ସାରିଛନ୍ତି। ରାଉରକେଲା ବିର୍ସ। ମୁଣ୍ଡା ହକି ଷ୍ଟାଡିଅମରେ ଏହି ଦଳ ଗୁଡିକ ତାଙ୍କର ଅଭ୍ୟାସ ଜାରି ରଖିଛନ୍ତି। ପୁର୍ବରୁ ଭାରତୀୟ ହକି ଦଳ ଆସି ଏଠାରେ ଅଛନ୍ତି। ଏହା ମଧ୍ୟରେ ନ୍ୟୁଜିଲ୍ୟାଣ୍ଡ ଏବଂ ଭାରତ ମଧ୍ୟରେ ଏକ ଫ୍ରେଣ୍ଡଲି ଅଭ୍ୟାସ ମ୍ୟାଚ ହୋଇଯାଇଛି। ଏପର୍ଯ୍ୟନ୍ତ ରାଉରକେଲାରେ ହକି ବିଶ୍ୱକପ ଲାଗି ୫ଟି ଦଳ ପହଞ୍ଚିଥିବା ବେଳେ ଆଜି ତିନୋଟି ବିଦେଶୀ ଦଳ ପହଞ୍ଚିଛନ୍ତି। ୱେଲେସ ଏବଂ ସ୍ପେନ ହକି ଦଳ ୮ ତାରିଖରେ ପହଞ୍ଚିଥିବା ବେଳେ ନ୍ୟୁଜିଲ୍ୟାଣ୍ଡ ଏବଂ ମାଲେସିଆ ଦଳ ୭ ତାରିଖରେ ପହଞ୍ଚିଥିଲେ।
ଆଜି ପୂର୍ବାହ୍ନରେ ଇଂଲଣ୍ଡ ହକି ଦଳ ରାଉରକେଲା ଏୟାରପୋର୍ଟରେ ପହଁଚିବା ପରେ ସେମାନଙ୍କୁ ସ୍ୱାଗତ କରାଯାଇଥିଲା। ଏବେ ବିର୍ସ। ମୁଣ୍ଡା ହକି ଷ୍ଟାଡିଅମ ରେ ଇଂଲଣ୍ଡ ଟିମ ଅଭ୍ୟାସ ଜାରି ରଖିବେ। ଭୁବନେଶ୍ୱର ପରେ ରାଉରକେଲା ହକି ଷ୍ଟାଡିଅମ କୁ ଦେଖି ଟିମ ବେଶ ଉତ୍ସାହିତ ହୋଇଥିବା ଇଂଲଣ୍ଡ ହକି ଟିମ କୋଚ କହିଛନ୍ତି। ଇଂଲଣ୍ଡ ଟିମ୍ ର ନିଜ ଦକ୍ଷତା ଉପରେ ଆତ୍ମବିଶ୍ୱାସ ଅଛି ଏବଂ ଭାରତୀୟ ହକି ଦଳ ସହ ଅନ୍ୟ ଦଳ ର ଦକ୍ଷତା ପ୍ରତି ସମ୍ମାନ ଅଛି ବୋଲି ଇଂଲଣ୍ଡ ହକି କୋଚ କହିଛନ୍ତି।

Leave A Reply

Your email address will not be published.