ସୁନ୍ଦରଗଡ଼ : ଉଜ୍ଜଳପୁର ଫରେଷ୍ଟ ରେଞ୍ଜ ଅଫିସରଙ୍କ ଘର , ଅଫିସରେ ଭଜିଲାନ୍ସ ଚଢ଼ାଉ।। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ।
ରାଉରକେଲା:୧୧/୯/୨୩(ସତ୍ୟା ନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ଉଜ୍ଜଳପୁର ଫରେଷ୍ଟ ରେଞ୍ଜ ଅଫିସର ସଂଗ୍ରାମ କେଶରୀ ମନିହିରଙ୍କ ଅଫିସ ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ବିଭାଗ ଅଧିକାରୀଙ୍କ ଚଢ଼ାଉ। ଆୟ ବହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ । ଏହି ରେଡ ରେ ସାମିଲ ଅଛନ୍ତି ୫ଜଣ ଡ଼ିଏସପି, ୮ ଜଣ ଇନିସ୍ପେକ୍ଟର ଓ ୨ ଜଣ ଏସଆଇ । ସମ୍ବଲପୁରର ବୁର୍ଲା ସ୍ଥିତ ୩ ମହଲା କୋଠା, ବଲାଙ୍ଗୀର ବ୍ରାହ୍ମଣୀପଲି ସ୍ଥିତ ନିଜ ଘରେ, ନେହେରୁ ନଗରର ସମ୍ପର୍କୀୟଙ୍କ ଘରେ ଓ ଉଜ୍ଜ୍ୱଳପୁର ରେ ରହିଥିବା ସରକାରୀ ବାସ ଭବନ ଓ ଅଫିସରେ ଚାଲିଛି ଏକକାଳୀନ ରେଡ଼ ।
ବର୍ତ୍ତମାନ ସୁଦ୍ଧା ସୁନ୍ଦରଗଡ଼ ଉଜ୍ଜଳପୂର ଫରେଷ୍ଟ ରେଞ୍ଜ ଅଫିସ ପରିସର ସରକାରୀ ବାସ ଭବନ ଠାରେ ଚଢାଉ ରେ ଅନେକ ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ୍ ଭିଜିଲାନ୍ସ ହାତକୁ ଲାଗିଛି । ନଗଦ ଏକଲକ୍ଷ ଟଙ୍କା , ଇନସ୍ୟୁରାନ୍ସ, ବ୍ୟାଙ୍କ୍ ଡିପୋଜିଟ, ପାସବୁକ୍, ସ୍ୱର୍ଣ୍ଣ ଅଳଙ୍କାର , କାର ର କାଗଜ ପତ୍ର ହାତକୁ ଲାଗିଛି । ବର୍ତ୍ତମାନ ଚଢାଉ ଜାରି ରହିଛି ।