ରାଉରକେଲା : ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ୭୦ତମ ଜନ୍ମଦିନ ପାଳିତ। ବିଭିନ୍ନ ସଙ୍ଗଠନ ପକ୍ଷରୁ ପାଳନ କରାଗଲା।
ରାଉରକେଲା : ୯/୧/୨୩(ସତ୍ୟା ନ୍ୟୁଜ) ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ରାଉରକେଲା ର ପୂର୍ବତନ ବିଧାୟକ ଦିଲ୍ଲୀପ ରାୟଙ୍କ ୭୦ ତମ ଜନ୍ମଦିନ ରାଉରକେଲାରେ ବିଭିନ୍ନ ସଂଗଠନ ପକ୍ଷରୁ ପାଳନ କରାଯାଇଛି। ଶ୍ରୀ ରାୟ ଝାରସୁଗୁଡା ଏୟାରପୋର୍ଟରେ ପହଁଚିବା ପରେ ସେଠାରେ ମଧ୍ୟ ତାଙ୍କର ଜନ୍ମଦିନ ପାଳନ କରାଯାଇଥିଲା। ପରେ ସନ୍ଧ୍ୟାରେ ରାଉରକେଲା ପହଁଚିବା ପରେ ସିନେ କାର୍ଣ୍ଣିଭାଲ କମ୍ପ୍ଲେକ୍ସ ରେ ତାଙ୍କର ଜନ୍ମଦିନ ପାଳନ ପରିପ୍ରେକ୍ଷୀରେ କେକ୍ କଟାଯାଇଥିଲା। ଶୁଭେଚ୍ଛୁ ମାନେ ଫୁଲ ଦେଇ ତାଙ୍କୁ ସ୍ବାଗତ କରିଥିଲେ। ପରେ ଡେଲିମାର୍କେଟ ରେ ସମର୍ଥକଙ୍କ ଦ୍ୱାରା ଅୟୋଜିତ ଜନ୍ମଦିନ ପାଳନ ଅବସରରେ ଶ୍ରୀ ରାୟ ସେଠାରେ ପହଞ୍ଚି କେକ୍ କାଟିଥିଲେ। ପରେ ମଧୁସୂଦନପାଲି ଠାରେ ମଧ୍ୟ ଅୟୋଜିତ ଜନ୍ମଦିନ ପାଳନ କାର୍ଯ୍ୟକ୍ରମରେ ଦିଲ୍ଲୀପ ଯୋଗ ଦେଇଥିଲେ। ପୂର୍ବାହ୍ନରେ ହନୁମାନ ବାଟିକା ପରିସରରେ ଦିଲ୍ଲୀପ ରାୟଙ୍କ ଜନ୍ମଦିନ ପାଳନ କରାଯାଇଥିଲା। ଜୟ ହନୁମାନ ଟ୍ରଷ୍ଟ ର ସମ୍ପାଦକ ସୁବ୍ରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କେକ୍ କଟା ଯାଇ ଜନ୍ମଦିନ ପାଳନ କରାଯାଇଥିଲା। ଏହି ଅବସରରେ ବ୍ରାହ୍ମଣ ଭୋଜନର ଆୟୋଜନ କରାଯାଇଥିଲା। ରାଉରକେଲା ବାସୀଙ୍କ ଅନାବିଳ ସ୍ନେହ , ଶ୍ରଦ୍ଧା ସେ କେବେ ଭୁଲି ପାରିବେନି ବୋଲି ଶ୍ରୀ ରାୟ କହିଥିଲେ।