ଏନ୍ ଆଇ ଟି ଏବଂ ଆଇ ଏମ୍ ଡି ମଧ୍ୟରେ ଚୁକ୍ତିନାମା।। ପରିବେଶ ଏବଂ ପାଣିପାଗ ଉପରେ ମିଳିତ ରିସର୍ଚ୍ଚ ଲାଗି ଏମ୍ ଓ ୟୁ। ଏନ୍ ଆଇ ଟି ରେ ଜାତୀୟ ସେମିନାର।
ଇଣ୍ଡିଆନ ମେଟୋଲୋଜିକାଲ ବିଭାଗ ଏବଂରାଉରକେଲା ଏନ ଆଇ ଟି ମଧ୍ୟରେ ଆଜି ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଚୁକ୍ତିନାମା ଅନୁସାରେ ଏନ ଆଇ ଟି ଏବଂ ମେଟୋଲୋଜିକାଲ ବିଭାଗ ମିଳିତ ଭାବେ ପରିବେଶ , ପାଣିପାଗ ଉପରେ ଗବେଷଣା କରିବେ। ରିସର୍ଚ୍ଚ ର ଫଳାଫଳ ଉଭୟ ଛାତ୍ରଛାତ୍ରୀ ଏବଂ ଶିକ୍ଷାବିତଙ୍କ ପାଇଁ ଉପଲବ୍ଧ ହେବ। ସୋମବାର ଦିନ ଏନ ଆଇ ଟି ରେ ମାଟି ଏବଂ ପରିବେଶ ଉପରେ ଅୟୋଜିତ ଏକ ଜାତୀୟ ସେମିନାର ରେ ଯୋଗଦେଇ ଆଇ ଏମ୍ ଡି ନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ଏହା କହିଛନ୍ତି। ହକି ବିଶ୍ୱକପ କୁ ଦୃଷ୍ଟିରେ ରଖି ରାଉରକେଲା ଏୟାରପୋର୍ଟ ରେ ପରିବେଶ ଏବଂ ପାଣିପାଗ ବାବଦରେ ଅବଗତ ହେବାକୁ ଏକ ପର୍ଯ୍ୟବେକ୍ଷଣ ଯନ୍ତ୍ର ଲଗାଯାଇଛି। ଏହା ଦ୍ୱାରା ରାଉରକେଲାର ପାଣିପାଗ ବାବଦରେ ନିୟମିତ ରୂପେ ଜାଣିହେବ। ଏବେ ସମଗ୍ର ଓଡିଶା ଏବଂ ବିଶେଷ କରି ପଶ୍ଚିମ ଓଡ଼ିଶାରେ ବହୁଥିବା ଶୀତ ଲହର ଆଉ ଦୁଇ ତିନି ଦିନ ରହିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।