ରାଉରକେଲା : ରାଉରକେଲା ସମେତ ସମଗ୍ର ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳ ଥଣ୍ଡା ରେ ଜଣ ଜୀବନ ଅସ୍ତବ୍ୟସ୍ତ।। କୋଇଡା ଅଞ୍ଚଳରେ ତୁଷାରପାତର ଭ୍ରମ।
ରାଉରକେଲା : ୯/୧/୨୩(ସତ୍ୟା ନ୍ୟୁଜ) ଏବେ ସମଗ୍ର ରାଜ୍ୟରେ ପାରଦ ତଳକୁ ଖସିବା ସହ ଶୀତ ଅନୁଭୂତ ହେଉଛି।ଶୀତର ପ୍ରକୋପରେ ସାଧାରଣ ଜୀବନଯାତ୍ରା ଉପରେ ପ୍ରଭାବ ପଡିଛି। ରାଉରକେଲା ସମେତ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳ ଶୀତ ଅନୁଭୂତ ହେଉଛି। ବିଶେଷ କରି ଜିଲ୍ଲାର ଆଭ୍ୟନ୍ତରୀଣ ଅଞ୍ଚଳରେ ଥଣ୍ଡାର ପ୍ରକୋପ ବଢି ଯାଇଛି। ବଣ ପାହାଡ଼ ଘେରା ବଣେଇ ଉପଖଣ୍ଡରେ ଜିଲ୍ଲାର ଅନ୍ୟ ଅଞ୍ଚଳ ଅପେକ୍ଷା ଅଧିକ ଥଣ୍ଡା ରହିଛି। ବଣେଇ ଟାଉନରେ ସନ୍ଧ୍ୟା ରେ ଶୀଘ୍ର ଦୋକାନ ବଜ଼ାର ବନ୍ଦ ହୋଇଯାଉଛି। ଲୋକମାନେ ଥଣ୍ଡା ଦାଉରୁ ରକ୍ଷା ପାଇବାକୁ ନିଆଁ ଜାଳି ସେକି ହେଉଛନ୍ତି। ସକାଳୁ ସକାଳୁ କିଛି ଲୋକ ରାସ୍ତା କଡରେ , ପାର୍କରେ ଜଗିଙ୍ଗ କରି ଶରୀରର ଉତ୍ତାପ ନିଅନ୍ତ୍ରଣ କରୁଛନ୍ତି। ବଣେଇ ଉପଖଣ୍ଡର କୋଇଡା , ଟେନସା ଆଦି ଏରିଆରେ ପ୍ରବଳ କାକର ପଡୁଛି। ଏହା ତୁଷାରପାତର ଭ୍ରମ ସୃଷ୍ଟି କରୁଛି। ଥଣ୍ଡା , କାକର ସାଙ୍ଗକୁ ଘନ କୁହୁଡି ଲୋକଙ୍କ ଅସୁବିଧା ଆହୁରି ବଢ଼ାଇ ଦେଇଛି।