ରାଉରକେଲା : ମାଟି ଘର ଏବଂ ଖପର ଛପର ଘରୁ ବିଶ୍ୱକପ ତାରକା।। ଭାରତୀୟ ହକି ଦଳର ଡିଫେଣ୍ଡର ନିଲମ ସଂଜୀପ ଖେସ।

0 444

ରାଉରକେଲା : ୮/୧/୨୩(ସତ୍ୟା ନ୍ୟୁଜ) ଭାରତୀୟ ହକି ଦଳର ଡିଫେଣ୍ଡର ନିଲମ ସଂଜୀପ ଖେସ। ହକି ବିଶ୍ୱକପ ଲାଗି ଭାରତୀୟ ହକି ଦଳରେ ସାମିଲ ହୋଇଛନ୍ତି। ଏବେ ରାଉରକେଲା ର ବିର୍ସ। ମୁଣ୍ଡା ହକି ଷ୍ଟାଡିଅମରେ ଅଭ୍ୟାସ କରୁଛନ୍ତି। ଆସନ୍ତା ୧୩ ତାରିଖରେ ସେ ସ୍ପେନ ବିପକ୍ଷରେ ଭାରତୀୟ ହକି ଦଳରୁ ଖେଳିବେ। କହନ୍ତି , ପ୍ରତିଭା କେବେ ହେଲେ ଲୁଚି ରହେ ନାହିଁ। ଏହା ପ୍ରମାଣିତ କରିଛନ୍ତି ସୁନ୍ଦରଗଡ ଜିଲ୍ଲାର ଏହି ହକିତାରକା। ନିଲମ ସଂଜୀପ ଖେସ କୁଆରମୁଣ୍ଡା ବ୍ଳକର କାଦୋବାହାଲ ଗ୍ରାମର। ଘର କହିଲେ ୩ ବଖରା ଖପର ଛପର ଘର। ଏହି ଘରୁ ବାହାରି ନିଲମ ଆଜି ଭାରତୀୟ ହକି ଦଳର ଖେଳାଳି। ବାପା ବିପିନ ଖେସ ଏବଂ ମା ଜିରା ଖେସ ଆଜିଭି କ୍ଷେତରେ କାମ କରନ୍ତି। ହକି ଖେଳରେ ପୁଅର ସଫଳତା ଦେଖି ଉଭୟ ବାପା , ମା ବେଶ ଖୁସି।

ନିଲମ ସଂଜୀପ ଖେସ ଆଜି ଖେଳ ଜଗତର ତାରକା ହୋଇଥିବା ବେଳେ ତାଙ୍କ ପରିବାର କୌଣସି ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ ହୋଇନାହାନ୍ତି। ସଂଜୀପ ପାଇଥିବା ଟ୍ରଫି ଆଜିଭି ଏକ ବାକ୍ସରେ ବନ୍ଦ ହୋଇ ରହିଛି। ଟ୍ରଫି ସଜେଇ ରଖିବାକୁ ଘରେ ଜାଗା ନାହିଁ। ଅନ୍ୟପକ୍ଷରେ ନିଲମ ସଂଜୀପ ଖେସ ଙ୍କ ଗାଁ ର ପିଲାମାନେ ଚାହାନ୍ତି ଦିନେନା ଦିନ ସଂଜୀପ ଖେସଙ୍କ ପରି ହେବା ପାଇଁ। ଇଛା ଭାରତୀୟ ହକି ଦଳରେ ଖେଳିବେ। ହାତରେ ହକି ଷ୍ଟିକ ଧରି ତାଙ୍କ ଅଭ୍ୟାସ ସେମାନେ ଗାଁ ପଡ଼ିଆରେ ଜାରି ରଖିଛନ୍ତି।

Leave A Reply

Your email address will not be published.