ରାଉରକେଲା : ୮/୧/୨୩(ସତ୍ୟା ନ୍ୟୁଜ) ହକି ବିଶ୍ୱକପ ଉଦଘାଟନୀ ମ୍ୟାଚ ଆଉ।ମାତ୍ର ୫ ଦିନ ଥିବା ବେଳେ ଏବେ ବିଦେଶୀ ଟିମ ମାନେ ଆସି ରାଉରକେଲାରେ ପହଞ୍ଚୁଛନ୍ତି। ଆଜି ୱେଲସ୍ ଟିମ ଏବଂ ସ୍ପେନ ଟିମ ଆସି ରାଉରକେଲା ରେ ପହଞ୍ଚିଛନ୍ତି। ଉଭୟ ଟିମ ରାଉରକେଲାରେ ପହଞ୍ଚିବା ପରେ ଖେଳାଳି ଏବଂ ଟିମ ମେମ୍ବର ମାନଙ୍କୁ ଏୟାରପୋର୍ଟରେ ସ୍ୱାଗତ କରାଯାଇଥିଲା। ପରେ ଟିମ ସଦସ୍ୟଙ୍କୁ ବିର୍ସ। ମୁଣ୍ଡା ହକି ଷ୍ଟାଡିଅମ ପରିସରରେ ଥିବା କ୍ରୀଡା ଗ୍ରାମକୁ ନିଆଯାଇଥିଲା। ପୂର୍ବରୁ ଭାରତୀୟ ହକି ଦଳ ରାଉରକେଲାରେ ପହଞ୍ଚି ସେମାନଙ୍କ ଅଭ୍ୟାସ ଜାରି ରଖିଛନ୍ତି। ଆସନ୍ତା ୧୩ ତାରିଖ ଉଦଘାଟନୀ ମ୍ୟାଚ ଦିନ ଭାରତ ଏବଂ ସ୍ପେନ ମଧ୍ୟରେ ଖେଳ ହେବ। ମ୍ୟାଚ ଯେତିକି ପାଖେଇ ଆସୁଛି ହକି ବିଶ୍ୱକପ ଲାଗି ସହରବାସୀଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି। କ୍ରୀଡ଼ାପ୍ରେମୀଙ୍କ ଭିଡ଼ ଷ୍ଟାଡିଅମ ଏବଂ ଏୟାରପୋର୍ଟ ପାଖରେ ଦେଖିବାକୁ ମିଳୁଛି।