ରାଉରକେଲା : ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା କଡାକଡି।। ୪ ଟି ଛକରେ ଅଟୋମେଟିକ ଟ୍ରାଫିକ ସିଗ୍ନାଲ ବ୍ୟବସ୍ଥା କାର୍ଯ୍ୟକ୍ଷମ।

0 2,386

ରାଉରକେଲା : ୪/୧/୨୩(ସତ୍ୟା ନ୍ୟୁଜ) ହକି ବିଶ୍ୱକପ ପୂର୍ବରୁ ସହରର ଟ୍ରାଫିକ ସିଷ୍ଟମ କୁ ସୁବ୍ୟବସ୍ଥିତ କରାଯାଉଛି। ସହରର ୮ଟି ସ୍ଥାନରେ ଅଟୋମେଟିକ ଟ୍ରାଫିକ ସିଗ୍ନାଲ ସିଷ୍ଟମ ଲଗାଯାଇଛି।
୮ ଟି ସିଗ୍ନାଲ ମଧ୍ୟରୁ ୪ଟି ଟ୍ରାଫିକ ସିଗ୍ନାଲ ବୁଧବାର ଦିନ କାର୍ଯ୍ୟକ୍ଷମ ହୋଇଛି। ବାକି ଅନ୍ୟ ଟ୍ରାଫିକ ସିଗ୍ନାଲ ସିଷ୍ଟମ ଦିନେ ଦୁଇ ଦିନ ମଧ୍ୟରେ କାର୍ଯ୍ୟକ୍ଷମ ହେବାର ସୂଚନା ରହିଛି। ଡି ଏ ଭି ଛକ , ଛେଣ୍ଡ ଛକ , ଅଭିଜ୍ଞାନ ଛକ , ହକି ଛକ ରେ ସ୍ୱୟଂ ଚଳିତ ଟ୍ରାଫିକ ସିଗ୍ନାଲ ଆଜି କାର୍ଯ୍ୟକ୍ଷମ ହୋଇଛି। ଏହାଛଡା ସମସ୍ତ ଛକରେ ଟ୍ରାଫିକ ପୋଲିସ ମଧ୍ୟ ମୁତୟନ କରାଯାଇଛି। ଗୁରୁବାର ଦିନ ମୁଖ୍ୟମନ୍ତ୍ରୀ ବିରସା ମୁଣ୍ଡା ହକି ଷ୍ଟାଡିଅମ ଉଦଘାଟନ କରିବାକୁ ଆସୁଛନ୍ତି। ସେଥିପାଇଁ ଆଜି ଷ୍ଟାଡିଅମ , ଡି ଏ ଭି ପୋଖରୀ ସହ ବିଭିନ୍ନ ଛକ ସ୍ଥାନରେ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଷ୍ଟାଡିଅମ ଏବଂ ଡିଏଭି ପୋଖରୀ ନିକଟରେ ହେବାକୁ ଥିବା ସଭା ସ୍ଥଳ କୁ ସଂଧାନୀ କୁକୁର , ମେଟାଲ ଡିଟେକ୍ଟର ସାହାଯ୍ୟରେ ଯାଞ୍ଚ କରାଯାଉଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ଲାଗି କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

Leave A Reply

Your email address will not be published.