ରାଉରକେଲା : ଆଜିଠୁ ସହରରେ ଗାଡିବ ‘ମୋ ବସ’।। ଅପରାହ୍ନରେ ଏହି ବସ ସେବାକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବେ।

0 1,279

ରାଉରକେଲା : ୫/୧/୨୩(ସତ୍ୟା ନ୍ୟୁଜ) ଆଜିଠାରୁ ସହରରେ ଗାଡିବ ‘ମୋ ବସ’। ହକି ବିଶ୍ୱକପ ଖେଳ ଦେଖି ଆସୁଥିବା ସହର ଏବଂ ଗ୍ରାମାଞ୍ଚଳର ଖେଳ ପ୍ରେମୀଙ୍କ ଲାଗି ସେବା ସୁବିଧା ଜନକ ହେବ। ଏହାଛଡା ସହର ବାସୀଙ୍କ ବିଭିନ୍ନ ସ୍ଥାନକୁ ଯାତାୟତ ସୁବିଧାରେ ଏବଂ କମ ଖର୍ଚ୍ଚରେ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅପରାହ୍ନ ୪ଟା ୧୫ ମିନିଟରେ ଏହି ବସ ସେବାକୁ ରାଉରକେଲା ଡିଏଭି ପୋଖରୀ ନିକଟରେ ଉଦଘାଟନ କରିବେ। ପ୍ରଥମ ପର୍ଯ୍ୟାୟରେ ୩୦ ଟି ବସ ଲୋକାର୍ପିତ ହେବ। ୩୦ ଟି ବସରୁ ୭ଟି ଏଆର କଣ୍ଡିସନ ବସ ରହିଛି। ଯେଉଁମାନେ ହକି ବିଶ୍ୱକପ ଲାଗି ଟିକେଟ ନେଇଥିବେ ସେମାନେ ଏହି ବସରେ ଷ୍ଟାଡିଅମ ପର୍ଯ୍ୟନ୍ତ ମାଗଣାରେ ଆସି ପାରିବେ ।

Leave A Reply

Your email address will not be published.