ସୁନ୍ଦରଗଡ଼ : କାନାକୁଣ୍ଡ ପର୍ଯ୍ୟଟନ ସ୍ଥଳି ଇବ ନଦୀରେ ଭାସିଗଲେ ୩ ଯୁବକ।। ଜଣେ ଉଦ୍ଧାର।। ୨ ଜଣ ନିଖୋଜ।। ଅଗ୍ନିଶମ ବିଭାଗର ଉଦ୍ଧାର କାର୍ଯ୍ୟ ଜାରି।

0 618

ସୁନ୍ଦରଗଡ : ୪/୧/୨୩(ସତ୍ୟା ନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା କାନାକୁଣ୍ଡ ଟୁରିଷ୍ଟ ପ୍ଲେସ ରେ ଘଟିଛି ଏକ ଅଘଟଣ। ଇବ ନଦୀରେ ୩ ଜଣ ଯୁବକ ଭାସି ଯାଉଥିବା ବେଳେ ଜଣଙ୍କୁ ଉଦ୍ଧାର କରାଯାଇଛି। ଅନ୍ୟ ଦୁଇ ଜଣ ଏପର୍ଯ୍ୟନ୍ତ ନିଖୋଜ ଅଛନ୍ତି। ତଲସରା ଥାନା ଘୋଘୋର ନିକଟ ଇବ ନଦୀର ଦର୍ଶନୀୟ ସ୍ଥାନ କାନାକୁଣ୍ଡ ଠାରେ ଆଜି ପୁଣି ଏହି ଅଘଟଣ ଘଟିଛି। ପାଣିରେ ଗାଧୋଉଥିବା ବେଳେ ଭାସି ଯାଇଥିଲେ ଏହି ତିନି ଯୁବକ । ତିନି ଯୁବକ ଝାରସୁଗୁଡା ଅଞ୍ଚଳ ର ଏବଂ ପିକନିକ କରିବା ପାଇଁ ଆସିଥିବା କୁହାଯାଉଛି। ଘଟଣାସ୍ଥଳ ରେ ବାଲିଶଙ୍କରା ଅଗ୍ନିଶମ ବିଭାଗ କର୍ମଚାରୀ ଏବଂ ସ୍ଥାନୀୟ ଲୋକେ ନିଖୋଜ ଯୁବକଙ୍କୁ ଖୋଜାଖୋଜି କରୁଛନ୍ତି । ସୂଚନା ଯୋଗ୍ୟ ଯେ ଗତ ଡ଼ିସେମ୍ବର ୧୮ ତାରିଖରେ ରାଉରକେଲା ସେକ୍ଟର ୧୫ ଅଞ୍ଚଳ ର ଜଣେ ଯୁବକ ସେଲଫି ନେବା ବେଳେ ଗୋଡ ଖସି ଯାଇ ପାଣି ରେ ନିଖୋଜ ହୋଇଯାଇଥିଲେ । ୪୦ ଘଣ୍ଟା ପରେ ତାଙ୍କର ମୃତଦେହ କୁ ଉଦ୍ଧାର କରାଯାଇଥିଲା । ଆଜି ଘଟଣାରେ ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି।

Leave A Reply

Your email address will not be published.