ରାଉରକେଲା : ଆସନ୍ତାକାଲି ବିରସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିଅମ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ।। ‘ମୋ ବସ’ ସେବା ମଧ୍ୟ ହେବ ଉଦଘାଟନ।

0 921

ରାଉରକେଲା : ୪/୧/୨୩(ସତ୍ୟା ନ୍ୟୁଜ) ଆଉ ମାତ୍ର ୮ ଦିନ ପାରେ ରାଉରକେଲା ରେ ହେବାକୁ ଯାଉଛି ହକି ବିଶ୍ୱକପର ପ୍ରଥମ ମ୍ୟାଚ୍। ଏହି ମ୍ୟାଚ୍ ନବନିର୍ମିତ ଦେଶର ସର୍ବବୃହତ ଷ୍ଟାଡିଅମ ବିରସା ମୁଣ୍ଡା ହକି ଷ୍ଟାଡିଅମ ରେ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ହକି ଷ୍ଟାଡିଅମକୁ ଉଦଘାଟନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ରାଉରକେଲା ଆସୁଛନ୍ତି। ଷ୍ଟାଡିଅମ ବ୍ୟତୀତ ମୁଖ୍ୟମନ୍ତ୍ରୀ ବିରସା ମୁଣ୍ଡା ଫୁଟବଲ ଷ୍ଟାଡିଅମ , ଡି ଏ ଭି ପୋଖରୀ ୱାଟର ପାର୍କ , ହକି ଛକ , ସେଂସୋରି ପାର୍କ , ହନୁମାନ ବାଟିକା ଛକରୁ ରିଙ୍ଗରୋଡ଼ର ସୌନ୍ଦର୍ଯ୍ୟକରଣ ଆଦି ୧୦ ଟି ପ୍ରକଳ୍ପ ଉଦଘାଟନ କରିବେ। ଏହାଛଡା ସହରରେ ବହୁ ପ୍ରତିକ୍ଷିତ
‘ମୋ ବସ’ ସେବା ମଧ୍ୟ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଥମ ପର୍ଯ୍ୟାୟରେ ୩୦ ଟି ‘ମୋ ବସ’ ସହରରେ ଗଡ଼ିବାର ଯୋଜନା ରହିଛି।
ଡି ଏ ଭି ପୋଖରୀ ନିକଟରେ ମୋ ବସ ସେବାର ଶୁଭରମ୍ଭ ହେବ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ରାଜ୍ୟ ସରକାରଙ୍କ ଗ୍ରାମ୍ୟବଉନ୍ନୟନ ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡାଇ , ବିଜେଡି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ରାଉରକେଲା ଗସ୍ତରେ ଆସି ଆସନ୍ତାକାଲି କାର୍ଯ୍ୟକ୍ରମ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ମଧ୍ୟ ବିଭିନ୍ନ କାର୍ଯ୍ୟ ଅଗ୍ରଗତିର ତଦାରଖ କରୁଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଏକ ବୈଠକ କରାଯାଇଥିଲା। ଏହି ବୈଠକର ଜିଲ୍ଲାପାଳ ଅଧ୍ୟକ୍ଷତା କରିଥିଲେ। ତେବେ ହକି ବିଶ୍ୱକପ ଲାଗି ସମସ୍ତ ପସ୍ତୁତି କାର୍ଯ୍ୟ ତ୍ୱରାନ୍ୱିତ କରାଯାଉଥିବା ବେଳେ ଆସନ୍ତାକାଲି ଠାରୁ ସହରର ସମସ୍ତ ବଡ଼ ନିର୍ମାଣ କାର୍ଯ୍ୟ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। ସହରରେ ପ୍ରଦୂଷଣ ରୋକିବା ଲାଗି ଏପରି ପଦକ୍ଷେପ ନିଆ ଯାଇଥିବା ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି।

Leave A Reply

Your email address will not be published.