ରାଉରକେଲା : ଦେଶ ବିଦେଶରୁ ଆସୁଥିବା ଖେଳାଳି ମାନଙ୍କୁ ପରସା ଯିବ ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟ।। ମାଣ୍ଡିଆକୁ ପ୍ରମୋଟ କରିବାକୁ କୃଷି ବିଭାଗର ନିଷ୍ପତ୍ତି।

0 416

ରାଉରକେଲା :୪/୧/୨୩(ସତ୍ୟା ନ୍ୟୁଜ) ହକି ବିଶ୍ୱକପ ପାଇଁ ଦେଶ ବିଦେଶ ରୁ ଆସୁଥିବା ଖେଳାଳି ଏବଂ ଟିମ ସଦସ୍ୟଙ୍କୁ ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟ ଦିଆଯିବାର ବ୍ୟବସ୍ଥା କରାଯାଉଛି । ଆସନ୍ତା ଜାନୁଆରୀ ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ଭୁବନେଶ୍ୱର ଓ ରାଉରକେଲାରେ ଆୟୋଜିତ ହେବ ପୁରୁଷ ବିଶ୍ୱକପ୍ ହକି ମ୍ୟାଚ୍ । ଏହି ସମୟରେ ଦେଶ ବିଦେଶରୁ ଖେଳାଳି ଓଡ଼ିଶାକୁ ଆସିବେ। ସେମାନଙ୍କୁ ବିଭିନ୍ନ ଖାଦ୍ୟ ସହ ମାଣ୍ଡିଆ ବି ପରସାଯିବ ।  ମାଣ୍ଡିଆରେ ପ୍ରସ୍ତୁତ ଭଳିକି ଭଳି ସ୍ନାକ୍ସ ସାଙ୍ଗ ଅନ୍ୟ ଡିସ୍‌ ବି ଖେଳାଳିଙ୍କୁ ଖାଇବାକୁ ଦିଆଯିବ । ମାଣ୍ଡିଆର ପ୍ରଚାର ପ୍ରସାର ପାଇଁ ପାଇଁ ଏପରି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର।
୨୦୨୩ ହେଉଛି ଅନ୍ତର୍ଜାତୀୟ ମାଣ୍ଡିଆ  ବର୍ଷ । ତେଣୁ ମାଣ୍ଡିଆର ପ୍ରସାର ପ୍ରଚାର ପାଇଁ ଫିକି ସହିତ ବୁଝାମଣାପତ୍ର ସ୍ବାକ୍ଷର କରିଛି ରାଜ୍ୟ କୃଷି ବିଭାଗ   ।  ମାଣ୍ଡିଆ ଚାଷ ଓ ଏହା ଦ୍ୱାରା ପ୍ରସ୍ତୁତ ଖାଦ୍ୟର ପ୍ରଚାର ପ୍ରସାର ପାଇଁ ରାଜ୍ୟ କୃଷି ବିଭାଗ ପକ୍ଷରୁ ଏପରି ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଛି । ହକି ବିଶ୍ୱକପ ସମୟରେ ଷ୍ଟାଡିୟମ ଭିତରେ  ମାଣ୍ଡିଆ ଷ୍ଟଲ୍ ଖୋଲାଯିବ । ଏହି ଷ୍ଟଲରୁ ଦର୍ଶକ ଓ ଖେଳାଳି ମାଣ୍ଡିଆ ପ୍ରସ୍ତୁତ ସମସ୍ତ ଖାଦ୍ୟ ପାଇପାରିବେ ।
କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି, ମାଣ୍ଡିଆର ବହୁଳ ପ୍ରଚାର ପ୍ରସାର ଦ୍ୱାରା ଆଦିବାସୀ ସମ୍ପ୍ରଦାୟ ଲୋକଙ୍କ ଆର୍ଥିକ ମାନଦଣ୍ଡ ବୃଦ୍ଧି ପାଇବ । ଏଥିରେ ଖୁବ୍‌ ପୋଷଣ ଥିବା ବେଳେ କମ୍‌ ଦାମ ହେତୁ ଏହାକୁ ଗରୀବ ଲୋକେ ବି କିଣି ଖାଇପାରିବେ।
କୃଷି ସଚିବ ଅରବିନ୍ଦ ପାଢ଼ୀଙ୍କ କହିବାନୁଯାୟୀ, ଆଗରୁ ଲୋକେ ମାଣ୍ଡିଆ ଜାତୀୟ ଖାଦ୍ୟ ଖାଉଥିଲେ। କିନ୍ତୁ ଫାଷ୍ଟ ଫୁଡ଼ ଯୁଗରେ କାଳକ୍ରମେ ତାହା ପ୍ଲେଟରୁ ଉଭାନ ହୋଇଗଲା। ଏବେ ପୁଣି ଥରେ ଏହି ଚାଷକୁ ପ୍ରୋତ୍ସାହନ ଦେବା ସହ ପ୍ଲେଟରୁ ପୁଣି ଥରେ ଏହାକୁ ସ୍ଥାନ ଦେବାକୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି।

Leave A Reply

Your email address will not be published.