ସୁନ୍ଦରଗଡ : ଡାଲମିଆଁ ଭାରତ ସିମେଣ୍ଟ ଲିମିଟେଡ଼ ର ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ବିରୋଧ।। ହାତରେ ଦା,ହାତୁଡି,ଲଙ୍ଗଳ , ଧାନ ବିଡା ଧରି ବିରୋଧ ପ୍ରଦର୍ଶନ।
ସୁନ୍ଦରଗଡ : ୩/୧/୨୩(ସତ୍ୟା ନ୍ୟୁଜ) ହାତରେ ଦା, କଟୁରି , ଲଙ୍ଗଳ।
ମୁଣ୍ଡରେ ଧାନ ବିଡା। ଏପରି ଦୃଶ୍ୟ ଦେଖିବାକୁ ମିଳିଛି ସୁନ୍ଦରଗଡ ରାଜରାସ୍ତାରେ। ଶହଶହ ଆଦିବାସୀ ମହିଳା ପୁରୁଷ ପ୍ରତିବାଦ କରୁଥିଲେ କମ୍ପାନୀ ଦ୍ୱାରା ଜମି ଅଧିଗ୍ରହଣକୁ। ରାଜଗାଙ୍ଗପୁର ଡାଲମିଆଁ ଭାରତ ସିମେଣ୍ଟ ଲିମିଟେଡ଼ ଦ୍ୱାରା ଚାଲିଛି ଜମି ଅଧିଗ୍ରହଣ। ଚୂନ ପଥର ଖଣି ଲିଜ୍ ଲାଗି ଚାଲିଛି ଏହି ଅଧିଗ୍ରହଣ ପ୍ରକ୍ରିୟା। ରାଜଗାଙ୍ଗପୁର ବ୍ଲକର ୪ଟି ପଞ୍ଚାୟତ ଏବଂ କୁତ୍ରା ବ୍ଲକର ଗୋଟିଏ ପଞ୍ଚାୟତରେ ପ୍ରାୟ ୮୦୦ ଏକର ଜମି ଅଧିଗ୍ରହଣ ହେବ। ଏହି ଅଧିଗ୍ରହଣ ପ୍ରକ୍ରିୟାକୁ ବିରୋଧ କରୁଛନ୍ତି ସ୍ଥାନୀୟ ଆଦିବାସୀ। ପୂର୍ବରୁ ଜମି ଅଧିଗ୍ରହଣ ପ୍ରକ୍ରିୟା ବାତିଲ ଦାବିରେ ୭୦ କିଲୋମିଟର ପଦଯାତ୍ରା କରି ସୁନ୍ଦରଗଡ଼ରେ ପ୍ରତିବାଦ କରିଥିଲେ ସ୍ଥାନୀୟ ଆଦିବାସୀ। ମାତ୍ର ଏ ବାବଦରେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆ ଯାଇ ନଥିବାରୁ ଆଜି ଗ୍ରାମ ସଭା କମିଟି ପକ୍ଷରୁ ସୁନ୍ଦରଗଡ଼ରେ ପ୍ରତିବାଦ ଶୋଭଯାତ୍ରା କରା ଯାଇଥିଲା।