ରାଜଗାଙ୍ଗପୁର : ସୁନ୍ଦରୀ ପ୍ରତିଯୋଗିତାରେ ଜାତୀୟ ସ୍ତରରେ ମୁକୁଟ ହାସଲ କଲେ ପ୍ରିୟଙ୍କା।। ଜନ୍ମ ମାଟି ବିଲେଇଗଡରେ ସ୍ୱାଗତ ସମ୍ବର୍ଦ୍ଧନା।

0 360

ରାଜଗାଙ୍ଗପୁର : ୩/୧/(ସତ୍ୟାନ୍ୟୁଜ)
ପେଶାରେ ସଫ୍ଟୱେୟାର ଇଞ୍ଜିନିଅର , କିନ୍ତୁ ନିଶା ଫେସନ ଏବଂ ଗ୍ଲେମର ଦୁନିଆ। ନାଁ ହେଲା ପ୍ରିୟଙ୍କା। ରାଉରକେଲା ନିକଟ କାଂଶବହଲ ସ୍ଥିତ ବିଲେଇଗଡ଼ ଭଳି ଏକ ଛୋଟ ସ୍ଥାନରୁ ବାହାରି ସର୍ବଭାରତୀୟ ସ୍ତରର ସୁନ୍ଦରୀ ପ୍ରତିଯୋଗୀତରେ ମୁକୁଟ ହାସଲ କରିଛନ୍ତି। ଦିଲ୍ଲୀ ଠାରେ ଅୟୋଜିତ
ମିସ ଇଣ୍ଡିଆ କୁଇନ ଅଫ ହାର୍ଟ ସେସନ ସୁନ୍ଦରୀ ପ୍ରତିଯୋଗିତା ରେ ସେ ସଫଳ ହୋଇଛନ୍ତି। ସେଣ୍ଟ୍ରାଲ ଓ ଫିଟ କ୍ରାଉନ ଦୁଇଟି ସ୍ପର୍ଦ୍ଧା ରେ ପ୍ରିୟଙ୍କା କ୍ରାଉନ ହାସଲ କରିଛନ୍ତି। ରାଷ୍ଟ୍ରୀୟ ସ୍ତରର ସୁନ୍ଦରୀ ପ୍ରତିଯୋଗିତା ରେ ସଫଳ ହୋଇ ଗାଁ କୁ ଫେରିବା ପରେ ତାଙ୍କୁ ସେଠାରେ ସ୍ୱାଗତ କରାଯିବା ସହ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି। ଗ୍ଲେମର ଏବଂ ଫେସନ ଦୁନିଆ ପ୍ରତି ତାଙ୍କର ଦୁର୍ବଳତା ଥିଲା। ବୋଲି ସେ କହିଛନ୍ତି। ସୁଯୋଗ ମିଳିଲେ ଫିଲ୍ମ ଲାଇନ ରେ ପ୍ରବେଶ କରିବାକୁ ଇଚ୍ଛା ରଖିଥିବା କହିଛନ୍ତି ପ୍ରିୟଙ୍କା।

ବିଲେଇଗଡ଼ ନିବାସୀ ପ୍ରକାଶ ସାହୁ ତଥା ସୁଷମା ସାହୁଙ୍କ କନିଷ୍ଟ କନ୍ୟା ପ୍ରିୟଙ୍କା।
ଏବେ ସେ ହାଇଦ୍ରାବାଦ ରେ କାର୍ଯ୍ୟରତ ଅଛନ୍ତି । ସୁନ୍ଦରୀ ପ୍ରତିଯୋଗିତା ରେ ଭାଗ ନେଇ ବିଜୟୀ ହେବା ପରେ ତାଙ୍କ ପିତା ମାତା ମଧ୍ୟ ଖୁସି ଜାହିର କରିଛନ୍ତି।

ଗତ ବର୍ଷ ମାର୍ଚ୍ଚ ମାସରୁ ଏହି ପ୍ରତିଯୋଗୀତା ପାଇଁ ପ୍ରିୟଙ୍କା ନିରନ୍ତର ପ୍ରୟାସ ଜାରି ରଖିବା ସହ ନିଜକୁ ପ୍ରସ୍ତୁତ କରୁଥିଲେ । ଶେଷରେ ସେ ସଫଳତା ହାସଲ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି

Leave A Reply

Your email address will not be published.