ସୁନ୍ଦରଗଡ଼ : କ୍ଷତିପୂରଣ ଏବଂ ଥଇଥାନ ଦାବିରେ ବିସ୍ଥାପିତଙ୍କ ତମୁଳ କାଣ୍ଡ। ଠିକା କମ୍ପାନୀର କାର୍ଯ୍ୟାଳୟରେ ବ୍ୟାପକ ଭଙ୍ଗାରୁଜା।। ୩୦ ରୁ ଉର୍ଦ୍ଧ୍ବ ଗାଡି କ୍ଷତିଗ୍ରସ୍ତ।
ସୁନ୍ଦରଗଡ : ୩/୧/୨୩(ସତ୍ୟା ନ୍ୟୁଜ) ସୁନ୍ଦରଗଡ ଏମସିଏଲ ର ପ୍ରସ୍ତାବିତ ସିଆରମାଲ ମହାଲକ୍ଷ୍ମୀ କୋଇଲା ଖଣି ରେ ବିସ୍ଥାପିତ ଙ୍କ ତୁମୁଳକାଣ୍ଡ। ମଙ୍ଗଳବାର ପୂର୍ବାହ୍ନରେ ବିସ୍ଥାପିତ ମାନେ ଠିକା କମ୍ପାନୀ କାର୍ଯ୍ୟାଳୟ ଚୁର ମାର କରି ଦେଇଛନ୍ତି। ଏହାଛଡା ବିସ୍ଥାପିତଙ୍କ ପଥର ମାଡରେ ୩୦ ରୁ ଉର୍ଦ୍ଧ୍ବ ଗାଡି କ୍ଷତିଗ୍ରସ୍ତ ହୋଇଛି। ସିଆରମାଲ ପ୍ରୋଜେକ୍ଟ ର ହଲଦି ବାହାଲ ଗାଁର ବିସ୍ଥାପିତ ମାନେ ପ୍ରଥମେ କ୍ଷତି ପୂରଣ ପ୍ରଦାନ ଏବଂ ପରେ ଖଣି ଖନନ ଦାବୀ ରେ ଖଣି କାର୍ଯ୍ୟକୁ ବିରୋଧ କରି ଆସୁଛନ୍ତି । କିଛି ଦିନ ପୂର୍ବରୁ ମଧ୍ୟ କାର୍ଯ୍ୟ ଆରମ୍ଭ କୁ ବିରୋଧ କରି ଭଙ୍ଗାରୁଜା ହୋଇଥିଲା।। ତେବେ ଆଜି
ଖଣି ଉତ୍ତୋଳନକାରୀ ଠିକା ସଂସ୍ଥା ଦିଲୀପ ବିଲକନ୍ ଲିମିଟେଡ ର ଅସ୍ଥାୟୀ ଅଫିସ ସହ ୩୦ ରୁ ଉର୍ଦ୍ଧ ଗାଡ଼ି ଓ ଜେସିବି ମେସିନ ବିସ୍ଥାପିତ ମାନେ ଭଙ୍ଗାରୁଜା କରିଛନ୍ତି। ଭଙ୍ଗାରୁଜା ପରେ ସମସ୍ତେ ଘଟଣାସ୍ଥଳ ରୁ ପଳାଇ ଯାଇଛନ୍ତି। ଉତ୍ତେଜନା ଥିବାରୁ ଘଟଣା ସ୍ଥଳ ରେ ପୋଲିସ ଫୋର୍ସ ମୁତୟନ କରାଯାଇଛି ।