ସୁନ୍ଦରଗଡ଼ : ବିବାହିତା ମହିଳାଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ।। ୩ ଅଟକ।। ଜଣେ ଫେରାର।। ପୋଲିସ ତଦନ୍ତ ଜାରି।

0 916

ସୁନ୍ଦରଗଡ : ୩/୧/୨୩(ସତ୍ୟା ନ୍ୟୁଜ)
ସୁନ୍ଦରଗଡ଼ ସଦରଥାନା ଅଞ୍ଚଳରେ ଜଣେ ମହିଳା ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଏତଲା ପରେ ପରେ ପୁଲିସ ତନାଘନା ଚଳାଇ ୩ ଜଣଙ୍କୁ ଅଟକ ରଖିଛି। ଅନ୍ଯ ଜଣେ ଅଭିଯୁକ୍ତ ଫେରାର ହୋଇ ଯାଇଥବାରୁ ତାକୁ ଧରିବାକୁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛନ୍ତି। ଉକ୍ତ ମହିଳା ଜଣକ ମାଛ ବିକ୍ରି କରି ଗୁଜୁରାଣ ମେଣ୍ଟାନ୍ତି। ସୁନ୍ଦରଗଡ଼ ସହରରେ ମାଛ ବିକି ଗତକାଲି ରାତି ପ୍ରାୟ ୮ଟାରେ ଘରକୁ ଫେରୁଥିବା ବେଳେ ସଦର ଥାନା କୋପସିଂହା ନିକଟରେ ଏକ ନିଛାଟିଆ ରାସ୍ତାରେ ଏକୁଟିଆ ମହିଳାଙ୍କୁ ଦେଖି ୪ ଜଣ ଯୁବକ ଜୋରଜବରଦସ୍ତ ନେଇ ଜଣକ ପରେ ଜଣେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ମହିଳା ଜଣକ ଥାନାରେ ପହଞ୍ଚି ଘଟଣା ସମ୍ପର୍କରେ ଜଣାଇ ଲିଖିତ ଅଭିଯୋଗ କରିଥିଲେ। ଏ ବାବଦରେ ପୋଲିସର ଅଧିକ ତଦନ୍ତ ଜାରି ରହିଛି।

Leave A Reply

Your email address will not be published.